Below header

ଜୁନାଗଡ଼ର ୪୧ବର୍ଷିୟ ଲକ୍ଷ୍ମୀକାନ୍ତ ନାଏକଙ୍କୁ କରାଗଲା ଏୟାର ଲିଫ୍‌ଟ, କଟକର ଘରୋଇ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର(କେ ନ୍ୟୁଜ): ଆଉ ଜଣେ କୋଭିଡ ସଂକ୍ରମିତ ହେଲେ ଏୟାର ଲିଫ୍‌ଟ। ଏୟାର ଆମ୍ବୁଲାନ୍‌ସରେ କୋଲକାତାର ଏକ ଡାକ୍ତରଖାନାକୁ ହେଲେ ସ୍ଥାନାନ୍ତର। ଜୁନାଗଡ଼ର ୪୧ବର୍ଷିୟ ଲକ୍ଷ୍ମୀକାନ୍ତ ନାଏକ କୋଭିଡରେ ସଂକ୍ରମିତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା।

ନିମୋନିଆରେ ଫୁସ୍‌ଫୁସ ଅଧିକ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ କୋଲକାତାରେ ନେବା ଜରୁରୀ ହୋଇପଡ଼ିଥିଲା। କଟକରୁ ସ୍ୱତନ୍ତ୍ର ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନବନ୍ଦର ଅଣାଯିବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍‌ସରେ କୋଲକାତା ନିଆଯାଇଛି। ଦିଲ୍ଲୀ ଏମ୍‌ସର ସ୍ୱତନ୍ତ୍ର ୪ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ସ୍ଥିତି ନିରୀକ୍ଷଣ କରୁଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.