୨ଟି କ୍ୟାମେରା ସହ ଲଞ୍ଚ ହେବ ଫେସବୁକ ସ୍ମାର୍ଟୱାଚ, ଜାଣନ୍ତୁ ଏହାର ଦାମ୍‌

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ପକ୍ଷରୁ ନୂଆ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ପୂର୍ବ ରିପୋର୍ଟ ଅନୁଯାୟୀ, ସେଲୁଲାର କନେକ୍ଟିଭିଟି ସହ ସ୍ମାର୍ଟୱାଚ ଲଞ୍ଚ ହୋଇଥାନ୍ତା । କିନ୍ତୁ ଏବେ କୁହାଯାଉଛିଯେ ଫେସବୁକର ଏହି ସ୍ମାର୍ଟୱାଚରେ ୨ଟି କ୍ୟାମେରା ସହ ଡିଟେଚେବଲ ସ୍କିନ ସହ ବଜାରକୁ ଆସିବ ।

654]
pc: aajtak

ଏହି ସ୍ମାର୍ଟୱାଚରେ ସ୍ୱାସ୍ଥ୍ୟ ଏବଂ ଫିଟନେଓ ଟ୍ରାକିଂ ଫିଚର୍ସ ମଧ୍ୟ ରହିଛି । ଏହା ସବୁଠୁ ପପୁଲାର ଫିଟନେସ ରିଲେଟେଡ ସର୍ଭିସ ସହ ବଜାର ପ୍ରବେଶ କରିବ ।The Vergeର ଏକ ରିପୋର୍ଟ ଅନୁଯାୟୀ, ଏହି ସ୍ମାର୍ଟୱାଚ ୟୁନିକ ଡିଜାଇନ ସହ ୟୁଜର ଏହାର ଡିସପ୍ଲେରେ ଷ୍ଟେନଲେସ ଷ୍ଟିଲ ଫ୍ରେବ ରହିଛି । ଏହାଦ୍ୱାରା ଆପଣ ଫଟୋ ଓ ଭିଡିଓ ମଧ୍ୟ କ୍ୟାପଚର କରିପାରିବେ ।

ଏହି ୱାଚରେ ୨ଟି କ୍ୟାମେରା ଦିଆଯାଇଛି । 1080p ଅଟୋ ଫୋକସ ୟୁନିଟରେ ୟୁଜର୍ସ ଫଟୋ ଓ ଭିଡିଓ କ୍ୟାପଚର କରିପାରିବେ । ଭିଡିଓ କଲିଙ୍ଗର ସୁବିଧା ମଧ୍ୟ ଦିଆଯାଇଛି । ଏହାକୁ ୟୁଜର୍ସ ଖୁବ ସହଜରେ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର ମଧ୍ୟ କରିପାରିବେ । ତେବେ ସୂଚନା ଅନୁଯାୟୀ,ଏହି ସ୍ମାର୍ଟୱାଚ ଆସନ୍ତା ବର୍ଷ ଆମେରିକାରେ ଲଞ୍ଚ କରାଯିବ । ଏହାର ଦାମ ୪୦୦ ଡଲାର ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.