ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଫିଟ୍ ହେବା ପାଇଁ ପଙ୍କଜ ତ୍ରିପାଠୀଙ୍କ ଡାଏଟ୍, ୬୦ ଦିନ ପର୍ଯ୍ୟନ୍ତ ଖାଇଥିଲେ ଖେଚୁଡ଼ି
ପଙ୍କଜ ତ୍ରିପାଠୀ ବଲିଉଡର ଶ୍ରେଷ୍ଠ ଅଭିନେତା ତାଲିକାରେ ଗଣାଯାଆନ୍ତି। ବର୍ତ୍ତମାନ ପଙ୍କଜ ତ୍ରିପାଠୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ମେଁ ଅଟଳ ହୁଁ’ରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ।

ପଙ୍କଜ ତ୍ରିପାଠୀ ବଲିଉଡର ଶ୍ରେଷ୍ଠ ଅଭିନେତା ତାଲିକାରେ ଗଣାଯାଆନ୍ତି। ବର୍ତ୍ତମାନ ପଙ୍କଜ ତ୍ରିପାଠୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ମେଁ ଅଟଳ ହୁଁ’ରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ। ନିକଟରେ ପଙ୍କଜ ଏହି ଫିଲ୍ମ ବିଷୟରେ ଅନେକ ଖୁଲାସା କରିଛନ୍ତି ଏବଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ପାଇଁ ସେ କେତେ ପରିଶ୍ରମ କରିଛନ୍ତି।
ପଙ୍କଜଙ୍କ କହିବା ହେଲା, ଫିଲ୍ମର ସୁଟିଂ ସମୟରେ ସେ ଲଗାତାର ୬୦ ଦିନ ପର୍ଯ୍ୟନ୍ତ କେବଳ ଖେଚୁଡି ଖାଇଥିଲେ। ଆଉ ତାହା ବି ନିଜ ହାତ ତିଆରି ଖେଚୁଡି। ସେ କହିଛନ୍ତି, ‘ମୁଁ ଏହାକୁ ବିନା ତେଲ, ମସଲାରେ ତିଆରି କରେ। ମୁଁ କେବଳ ସାଦା ଡାଲି, ଚାଉଳ ଏବଂ ପନିପରିବା ମିଶାଇ ଖେଚୁଡି ତିଆରି କରେ’।
ପଙ୍କଜ କହିଥିଲେ କି, ମୁଁ ସୁଟିଂ ସମୟରେ ଖେଚୁଡି ଖାଇଥିଲି, ଯେପରି ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରକୁ ନିଖୁଣ ଭାବରେ ପରଦାରେ ଉପସ୍ଥାପନ କରିପାରିବି। ଆପଣ ଚରିତ୍ର ସହିତ ଭାବନାତ୍ମକ ରୂପେ ଯୋଡ଼ି ହୋଇପାରିବେ। ଖରାପ ଖାଦ୍ୟପେୟ ଏବଂ ପେଟ ଖରାପ କାରଣରୁ ଜଣେ ଅଭିନେତାଙ୍କୁ ଭାବନାକୁ ପ୍ରଭାବୀ ଢଙ୍ଗରେ ବ୍ୟକ୍ତ କରିବାରେ ବାଧା ଆସିଥାଏ। ଭାବନାକୁ ସଠିକ୍ ରଖିବା ପାଇଁ ମନ ଏବଂ ଶରୀର ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ, ଏଥିପାଇଁ ହାଲୁକା ଖାଦ୍ୟ ସାହାଯ୍ୟକାରୀ ବୋଲି ପଙ୍କଜ ତ୍ରିପାଠୀ କହିଛନ୍ତି।