Below header

ଜାତୀୟ କ୍ରୀଡ଼ା ମହିଳା ଫୁଟବଲରେ ଓଡ଼ିଶା ଜିତିଲା ସ୍ୱର୍ଣ୍ଣ ପଦକ

ଜାତୀୟ କ୍ରୀଡ଼ା ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ମଣିପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ) : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି ଓଡ଼ିଶା । ଆଜି ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ମଣିପୁରକୁ ହରାଇ ଚାମ୍ପିଅନ୍‌ ହୋଇଛି । ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ରେ ଶକ୍ତିଶାଳୀ ମଣିପୁରକୁ ୪-୨ ଟାଇବ୍ରେକର ଗୋଲ୍‌ରେ ହରାଇଛି ଓଡ଼ିଶା ।

ଖେଳର ପ୍ରଥମାର୍ଦ୍ଧ ବିନା ଗୋଲରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ । ତେଣୁ ଫଳାଫଳ ନିର୍ଣ୍ଣୟ ପାଇଁ ଟାଇବ୍ରେକର ହୋଇଥିଲା । ଏଥିରେ ୪-୨ରେ ବିଜୟୀ ହୋଇଥିଲା ଓଡ଼ିଶା ମହିଳା ଦଳ ।

ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ଦଳ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲା । ସେମିଫାଇନାଲ୍‌ରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲକୁ ଆସିଥିଲା । ଓଡ଼ିଶା ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବା ପରେ ମେଣ୍ଟର ଭାବେ ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଗୋଆ ପଠା ଯାଇଥିଲା । ଦଳର ଏହି ସଫଳତା ପାଇଁ ଖେଳାଳି କୋଚ୍‌ ଓ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.