ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ନିଯୁକ୍ତି ଦେଲା କିଟ୍

ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ କରିଛନ୍ତି।

ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ କରିଛନ୍ତି।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାରୁ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ କିଟ୍ ଓ କିସ୍ ରେ ନିଯୁକ୍ତି ଓ ଦୁର୍ଘଟଣାରେ ପିତାମାତା ହରାଇଥିବା ବ୍ୟକ୍ତିଙ୍କ ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷାଗ୍ରହଣ ନିମନ୍ତେ ପ୍ରତିଷ୍ଠାତା ଡ. ସାମନ୍ତ ସେତେବେଳେ ଘୋଷଣା କରିଥିଲେ ।

ସେହି ଘୋଷଣା ଅନୁସାରେ ଡ. ସାମନ୍ତ ଆଜି କିଟ୍ ପରିସରରେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ । ପୂର୍ବରୁ ସେମାନଙ୍କ ନିଯୁକ୍ତି ପାଇଁ କିଟ୍ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା କରାଯାଇ ଆଜି ସାକ୍ଷାତକାର ପାଇଁ ଡକାଯାଇଥିଲା । କିଟ୍ ଓ କିସ୍ ରେ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଆଜି ନିଯୁକ୍ତି ଦିଆଯାଇଛି ।

ଏହା ସହ ମୃତକଙ୍କ ପରିବାରର ମଧ୍ୟରୁ ଦୁଇ ଜଣଙ୍କ ପିଲା କିଟ୍ ରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଛନ୍ତି । ଏଭଳି ସହାୟତା ପାଇଁ ମୃତକଙ୍କ ପରିବାର ସଦସ୍ୟମାନେ ଆନନ୍ଦ ପ୍ରକାଶ କରିବା ସହ ଅସମୟରେ ସହାୟତାର ହାତ ବଢ଼ାଇବା ସହ କର୍ମ ସଂସ୍ଥାନ ଯୋଗାଇ ଦେଇଥିବାରୁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ ।

ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ନିଯୁକ୍ତି ଦେଲା କିଟ୍ ରେ ମାଗଣା ଶିକ୍ଷାପିଲାଙ୍କୁ ମାଗଣା ଶିକ୍ଷା ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.