Below header

ଟିମ୍ ଇଣ୍ଡିଆ ପାଇଁ ନିଜର ବୋଲ୍ଡ ରୂପ ଦେଖାଇଲେ ପୁନମ୍ ପାଣ୍ଡେ, ଶେୟାର କଲେ ଏପରି ଭିଡିଓ

ମୁମ୍ବାଇ : ବୋଲ୍ଡ ଅଭିନେତ୍ରୀ ପୁନମ୍ ପାଣ୍ଡେ ପ୍ରାୟତଃ ନିଜର ହଟ୍ ଫଟୋ ଏବଂ ଭିଡିଓ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ପୁଣି ଥରେ ସେ ଏପରି କିଛି କରିଛନ୍ତି ଯାହା ତାଙ୍କୁ କରିଛି ଇଣ୍ଟରନେଟ ସେନସେସନ୍। ପୁନମ୍ ତିନି ଦିନ ପୂର୍ବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ନିଜର ପ୍ରଥମ ପ୍ରେମ କ୍ରିକେଟ ପାଇଁ ଶେୟାର କରିଥିଲେ। ବାସ୍ତବରେ ମାର୍ଚ୍ଚ ୨୭ ତାରିଖ ଦିନ ଭାରତ ଏବଂ ୱେଷ୍ଟଇଣ୍ଡିଜର ମ୍ୟାଚ୍ ଚାଲୁଥିଲା। ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଥିବା ବେଳେ ଏଥିରେ ପୁନମ୍ ଏତେ ଖୁସି ହୋଇଥିଲେ କି ସେ ଏକ ବୋଲ୍ଡ ଭିଡିଓ ଶେୟାର କରିଦେଇଥିଲେ।

ଏହି ଭିଡିଓରେ ପୁନମ କହୁଛନ୍ତି, ମୁଁ ଭାରତରେ ନାହିଁ କିନ୍ତୁ ମତେ ୧୩୫ରନରେ ଭାରତ ମ୍ୟାଚ ଜିତିଥିବାର ଖବର ମିଳିଛି। ଏହା କହିବା ପରେ ପୁନମ ତାଙ୍କ ଛାତି ଆଉକୁ କ୍ୟାମେରା କରିଦେଇଥିଲେ।

 

View this post on Instagram

 

I will keep my Promise. #indvswestindies #cwc2019

A post shared by Poonam Pandey (@ipoonampandey) on

ଏହା ପ୍ରଥମ ଥର ନାହିଁ ଯେତେ ପୁନମ୍ ପାଣ୍ଡେ ଭାରତୀୟ କ୍ରିକେଟ ଟିମ୍ ପାଇଁ ଭଲପାଇବା ଦେଖାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଯେତେବେଳେ ୨୦୧୧ ମସିହାରେ ବିଶ୍ବକପ୍ ଜିତିଥିଲା ସେତେବେଳେ ପୁନମ୍ ଏବ ବୋଲ୍ଡ ଭିଡିଓ ଶେୟାର କରିଥିଲେ। ଏହା ବ୍ୟତୀତ ପୁନମ ଭାରତ ବିଶ୍ବକପ୍ ଜିତିଲେ ନ୍ୟୁଡ ହେବେ ବୋଲି ମଧ୍ୟ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.