ବଲାଙ୍ଗୀର: ରେଳ ଲାଇନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ

ବଲାଙ୍ଗୀର: ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ରେଳ ଲାଇନ ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର – ବରଗଡ଼ ରେଳ ଲାଇନ୍ ର ଭଟି ଗାଁ ଠାରେ ଏହି ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ 60 ରୁ 65  ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବଲାଙ୍ଗୀର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ବୃଦ୍ଧ ଜଣକ କୌଣସି କାରଣ ରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବଲାଙ୍ଗୀର ରେଳବାଇ ASI ବିଶିକେଶନ ସାହୁ ମହାପରାୟଣ ଗାଡିରେ ଶବକୁ ବଲାଙ୍ଗୀର ନେଇଛନ୍ତି। ବୃଦ୍ଧ ଜଣକ ଧଳା ରଙ୍ଗର ଧୋତି ପିନ୍ଧିଛନ୍ତି । ତେବେ ବୃଦ୍ଧଙ୍କ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ। ରେଳ ଲାଇନରେରେ ବୃଦ୍ଧଙ୍କ ଦେହ କଟି ସମ୍ପୁର୍ଣ୍ଣ ଦୁଇଖଣ୍ଡ ହୋଇଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.