Below header

ଏକଦମ୍‌ ନୂଆ ଘଟଣା, ଧୋନି ଅପରାଜିତ ରହିଲେ ଓ ଚଳିତ ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ହାରିଲା

ଲଣ୍ଡନ୍‌ : ଗତକାଲି ମହେନ୍ଦ୍ର ସିଂହ ଧୋନି ଇଂଲଣ୍ଡ ବିପକ୍ଷରେ ଅପରାଜିତ ୪୨ ରନ୍‌ କରିଥିଲେ ମଧ୍ୟ ଭାରତକୁ ଜିତାଇ ପାରିନଥିଲେ । ଏଥିଲାଗି ତାଙ୍କୁ ଅନେକ ସମାଲୋଚନାର ସାମନା କରିବାକୁ ପଡ଼ିଛି । ହେଲେ ଏସବୁ ଭିତରେ ଧୋନି ଏମିତି ଏକ ରେକର୍ଡ଼ କରିଛନ୍ତି ଯାହାକୁ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ବି କରିବାକୁ ସକ୍ଷମ ହୋଇ ନାହାନ୍ତି । ଧୋନି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ୫୦ଥର ଅପରାଜିତ ରହିଛନ୍ତି । ଏହା ଏକ ବିଶ୍ୱ ରେକର୍ଡ଼ । ତା ସହିତ ଏହା ମଧ୍ୟରୁ ୪୭ଥର ସେ ଲକ୍ଷ୍ୟର ପିଛା କରି ଦଳକୁ ଜିତାଇଛନ୍ତି । ମାତ୍ର ଦୁଇଥର ସେ ଅପରାଜିତ ଥିବା ବେଳେ ଭାରତ ହାରିଛି ଓ ଗୋଟିଥର ମ୍ୟାଚ୍‌ ଟାଇ ରହିଛି ।
ଆହୁରି ମଧ୍ୟ ନିଜର ଚତୁର୍ଥ ବିଶ୍ୱକପ୍‌ ଖେଳୁଥିବା ଧୋନି ଅପରାଜିତ ରହିଥିବା ବେଳେ କେବେବି ଭାରତ ବିଶ୍ୱକପ୍‌ରେ ମ୍ୟାଚ୍‌ ହାରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.