ସଂଗଠନ ଅଭିବୃଦ୍ଧି ଚିନ୍ତାରେ ବିଜେପି ଓ ବିଜେଡି, ଦଳକୁ ମଜବୁତ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି

ସାଧାରଣ ନିର୍ବାଚନ ଫଳାଫଳ ଘୋଷଣାକୁ ମାସେ ଯାଇଛି ନା ନାହିଁ, ସଂଗଠନ ଚିନ୍ତାରେ ଉଭୟ ବିଜେପି ଓ ବିଜେଡି। ସବୁ ଦଳ ନିଜ ସଂଗଠନକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।  ବିଜେପି ଜୁଲାଇ ୬ରୁ ଆରମ୍ଭ କରିବ ସଦସ୍ୟତା ଅଭିଯାନ । ହାଇଦ୍ରାବାଦରୁ ଏହାର ଶୁଭାରମ୍ଭ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
ସାଧାରଣ ନିର୍ବାଚନ ଫଳାଫଳ ମାସେ ଯାଇଛି ନା ନାହିଁ ସଂଗଠନ ବୃଦ୍ଧି ଚିନ୍ତାରେ ବିଜେପି। ସେପଟେ ବିଜେଡି, ଅକ୍ଟୋବର ୨ରୁ ଆରମ୍ଭ କରିବ ଜନ ସଂପର୍କ ପଦ ଯାତ୍ର ଏବଂ ନୂଆ ସଭ୍ୟ ସଂଗ୍ରହ ଅଭିଯାନ।

bjp congress bjd

ଓଡ଼ିଶା ବିଜେପିର ସଦସ୍ୟତା ଅଭିଯାନକୁ ଆଗକୁ ନେବା ପାଇଁ ଜୁଲାଇ ୬ରୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ । ରାଜ୍ୟ ବିଜେପିର ସାଧାରଣ ସଂପାଦକ ଅନନ୍ତ ନାୟକଙ୍କୁ ପ୍ରଭାରୀ ଏବଂ ପୂର୍ବତନ ସଂଗଠନ ସାଧାରଣ ସଂପାଦକ ସାରଦା ଶତପଥୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି । ବିଜେପି ସମ୍ବିଧାନ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ନୂଆ ସଭ୍ୟ ସଂଗ୍ରହ କରାଏ । ଏବେ ରାଜ୍ୟ ଦଳ ସଦସ୍ୟ ସଂଖ୍ୟା ୩୬ ଲକ୍ଷ। ଏହାକୁ ୪୫ ଲକ୍ଷ କରିବାକୁ ଲକ୍ଷ୍ୟ ରହିଛି। ସଦସ୍ୟ ସଂଗ୍ରହ ସରିବା ପରେ, ମଣ୍ଡଳ ସଭାପତି ଓ ଜିଲ୍ଲା ସଭାପତି ନିର୍ବାଚନ ହେବ। ଏହାପରେ ନିଯୁକ୍ତ ହେବେ ନୂଆ ରାଜ୍ୟ ସଭାପତି। ବସନ୍ତ ପଣ୍ଡାଙ୍କ କାଯ୍ୟର୍କାଳ ସରୁଥିବାରୁ ନୂଆ ସଭାପତି ରେସରେ ଅଛନ୍ତି କେ.ଭି ସିଂ ଦେଓ ଏବଂ ଜୁଏଲ ଓରାମ

BJD-BJP-Logo

ସେପଟେ ବିଜେଡି ପଞ୍ଚମ ଥର କ୍ଷମତାକୁ ଆସିଛି। ତଥାପି ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜନ ସଂପର୍କ ପଦ ଯାତ୍ର ଏବଂ ନୂଆ ସଭ୍ୟ ସଂଗ୍ରହ କରାଯିବ । ଏହି କାଯ୍ୟର୍କ୍ରମ ଅକ୍ଟୋବର ୧୧ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଦଳ ପକ୍ଷରୁ ବ୍ଲକ ସ୍ତରରେ ସଂଗଠନର ବିସ୍ତାର କାମ ଆଗକୁ କରାଯିବ।

ଯେହେତୁ ଆଗକୁ ପାଟକୁରା ଏବଂ ବିଜେପୁର ନିର୍ବାଚନ, ଏହା ପରେ ପରେ ହେବ ପୌର ନିର୍ବାଚନ ତେଣୁ ସବୁ ରାଜନୈତୀକ ଦଳ ପାଇଁ ସଂଗଠନ ଅଭିବୃଦ୍ଧି ଗୁରୁତ୍ୱପୁର୍ଣ୍ଣ ବିଷୟ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.