Below header

ଗର୍ଭବତୀ ହେବା ପରେ ନିଜ ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ

ମୁମ୍ବାଇ : ଗତ ଜାନୁଆରିରେ ଅଭିନେତ୍ରୀ ଏମି ଜାକ୍‌ସନ ନିଜ ପ୍ରେମିକ ଜର୍ଜ ପାନାୟିଟୁଙ୍କ ସହ ନିର୍ବନ୍ଧ କରିବା ପରେ ପରେ ସେ ଗର୍ଭବତୀ ହେବାର ଖବର ମିଳିଥିଲା । ଏବେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ପୁଣି ଥରେ ସେ ନିର୍ବନ୍ଧ କରିଛନ୍ତି । ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ସେ ସାର୍ବଜନିକ ଭାବରେ ନିର୍ବନ୍ଧ କରି ସମସ୍ତ ଅପଚର୍ଚ୍ଚାକୁ ବନ୍ଦ କରି ଦେଇଛନ୍ତି । ଏମି ଏବଂ ଜର୍ଜ ଲଣ୍ଡନରେ ନିର୍ବନ୍ଧ କରିଥିବା ବେଳେ ନିର୍ବନ୍ଧର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ଏମି ମାର୍ଚ୍ଚ ୩୧ରେ ଗର୍ଭବତୀ ଥିବା ନେଇ ଜଣାଇଥିଲେ । ହେଲୋ ମାଗାଜିନ୍‌କୁ ସାକ୍ଷାତକାର ଦେଇ, ତାଙ୍କର ଗର୍ଭବତୀ ହେବାର କୌଣସି ଯୋଜନା ନଥିଲା କିନ୍ତୁ ସେ ଏହି ଦାୟିତ୍ୱ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.