ଆଇପିଏଲ୍‌ରେ ସରିଲା ଲିଗ ପର୍ଯ୍ୟୟ, ଆଜିଠୁ ଆରମ୍ଭ ପ୍ଲେ ଅଫ୍‌ ଟକ୍କର

ଆଇପିଏଲ୍‌ରେ ସରିଛି ଲିଗ୍‌ ପର୍ଯ୍ୟୟ। ଆଜିଠୁ ପ୍ଲେ ଅଫ୍‌ ଟକ୍କର। ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌। ଚେନ୍ନାଇର ଏମ୍‌. ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଆସନ୍ତାକାଲି ଏଲିମିନେଟର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ସନ୍‌ ରାଇଜର୍ସ ହାଇଦ୍ରାବାଦ। ଯିଏ ହାରିବ ସିଏ ସିରିଜରୁ ବିଦାୟ ନେବ। ସେପଟେ ପ୍ରଥମ କ୍ୱାଲିଫାୟରରେ ପରାଜିତ ଟିମ୍‌ ଏଲିମିନେଟର ମ୍ୟାଚ୍‌ର ବିଜୟୀ ଦଳ ସହ ଖେଳିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌। ମେ ୧୦ ତାରିଖରେ ଭାଇଜାଗରେ ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ମେ ୧୨ ତାରିଖରେ ପ୍ରଥମ ଓ ଦ୍ୱିତୀୟ କ୍ୱାଲିଫାୟର ବିଜୟୀ ଟିମ୍‌ ଆଇପିଏଲ୍‌ ଟ୍ରଫି ପାଇଁ ଲଢ଼େଇ କରିବେ। ହାଇଦ୍ରାବାଦ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.