Below header

ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲେ ଦେଶୀ ଗାର୍ଲ, ପତି ନିକ୍‌ ଦେଲେ ଏଭଳି ମେସେଜ୍‌

ବଲିଉଡର ଦେଶୀ ଗାର୍ଲଙ୍କୁ ପୁଣି ମିଳିଛି ଏକ ସଫଳତା। ୟୁନିସେଫ୍‌ ଦ୍ୱାରା ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ଵାର୍ଡ ପାଇଥିବା ପ୍ରିୟଙ୍କା ପୁଣିଥରେ ୨୦୧୯ର ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହୋଇଛନ୍ତି। ଫିଲ୍ମରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ଗ୍ଲୋବାଲ ଆଇକନ ଟ୍ରଫି ଧରଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହାକୁ ନେଇ ପ୍ରିୟଙ୍କାଙ୍କ ପତି ନିକ୍‌ ଜୋନ୍ସ ମେସେଜ ଦେଇଛନ୍ତି। ନିକ୍‌ ଲେଖିଛନ୍ତି, ତୁମେ ମୋତେ ପ୍ରତିଦିନ ଅନୁପ୍ରାଣିତ କର। ଏହାସହ ନିକ୍‌ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

nick

ମସ୍କୋରେ ଆୟୋଜିତ ଉକ୍ତ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରିୟଙ୍କା ଏକ ଗୋଲଡେନ୍‌ କଲର ଶାଢି ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଥିଲେ। ଏହି ଖବର ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ୍‌ରେ ଶେୟାର କରିବା ପରେ ଉଭୟ ବଲିଉଡ୍‌ ଓ ହଲିଉଡରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଦୀର୍ଘ ୨୦ ବର୍ଷର କ୍ୟାରିୟର ଭିତରେ ଏଭଳି ସମ୍ମାନ ପାଇ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.