ଏନ୍‌କାଉଣ୍ଟର ପରେ ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାରଙ୍କ ପ୍ରେସମିଟ, ଗଣମାଧ୍ୟମକୁ ବିସ୍ତୃତ ବିବରଣୀ

କେନ୍ୟୁଜ୍(ବ୍ୟୁରୋ): ଚେତାବନୀ ପରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ୪ ଅଭିଯୁକ୍ତଙ୍କୁ ଆଣାଯାଇଥିଲା । ତେବେ ଅଭଯୁକ୍ତ ମାନେ ସେମାନେ ପ୍ରଥମେ ପୋଲିସ ଉପରକୁ ପଥର ଫୋପାଡିଥିଲେ । ଆମେ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲୁ । ଆରିଫ ପ୍ରଥମେ ପୋଲିସ ଉପରକୁ ଆକ୍ରମଣ କରିଥିଲା ।

ଏଥିରେ ଜଣେ SI ଓ କନେଷ୍ଟବଳ ଆହିତ ହୋଇଛନ୍ତି । ୨ ଅଭିଯୁକ୍ତ ପୋଲିସଠାରୁ ବନ୍ଧୁକ ଛଡାଇ ନେଇଥିଲେ । ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ କରିଥିବା ପାଲିସ କମିଶନର ସୂଚନା ଦେଇଛନ୍ତି । ଏପରିକି ଗୁଳିମାଡ଼ କରି ଦୌଡି ପଲାଇବାକୁ ଚେଷ୍ଟା କରୁଥିଲେ । ୫ଟା ୪୫ରୁ ୬ଟା ୧୫ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ଚେତାବନୀ ଦେବା ପରେ ପୋଲିସ ଫାୟାରିଂ କରିଥିଲା । ଘଟଣାସ୍ଥଳରେ ୧୦ ଜଣ ପୋଲିସ ଅଫିସର ଥିଲେ । ଶବବ୍ୟବଚ୍ଛେଦ ପରେ DNA ଯାଞ୍ଚ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.