Below header

ସ୍ପଂଡିଲାଇଟିସ ସମସ୍ୟା ନେଇ ଚିନ୍ତିତ କି ତେବେ କରନ୍ତୁ ଏହି ଯୋଗ, ଅଳ୍ପ ଦିନରେ ପାଇବେ ଆରାମ

ଆଜିକା ସମୟରେ ସ୍ପଂଡିଲାଇଟିସ ରୋଗକୁ ନେଇ ପ୍ରାୟ ଅଧିକ ଲୋକ ଚିନ୍ତାଗ୍ରସ୍ଥ । ଅଫିସରେ କମ୍ପୁଟର ସାମ୍ନାରେ ବସି ଦୀର୍ଘ ଧରି କାମ କରିବା ପାଇଁ ହେଉ ବା ଆରାମ ଦାୟକ ଗାଡ଼ିରେ ଶୋଇବା କାରଣରୁ ହେଉ ସ୍ପଂଡିଲାଇଟିସ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କୁ ନିଜ ଅଧୀନକୁ ନେଇଗଲାଣି । ଛୁଆ ଠୁ ବୁଢା ସମସ୍ତେ ଏବେ ଏଥିରେ ଆକ୍ରାନ୍ତ । କିନ୍ତୁ ଜାଣନ୍ତିକି ଏହି ରୋଗ ଅନିୟମିତ ଦିନଚର୍ଯ୍ୟା କାରଣରୁ ହିଁ ଅଧିକ ହୋଇଥାଏ । ଡାକ୍ତର ଦେଖେଇ ହଜାର ହଜାର ଟଙ୍କାର ଔଷଧ ଖାଇବା ଅପେକ୍ଷା ଯଦି ନିୟମିତ କିଛି ଏକ୍ସରସାଇଜ ଓ ଯୋଗ କରିବେ ତେବେ ନିଶ୍ଚିତ ରୂପେ ଏଥିରୁ ଉପଶମ ପାଇପାରିବେ । ଯଦି ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଏହି ୩ ଆସନକୁ ପ୍ରତିଦିନ କରାଯାଏ ତେବେ ନିଶ୍ଚିତ ରୂପେ ଉପଶମ ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଆସନ ଗୁଡିକ ବିଷୟରେ ।

ଗୌମୁଖାସନ:

ଏହି ଆସନ କଲେ ଅନେକ ଲାଭ ମିଳିଥାଏ । ଏହାକୁ କରିବା ପୂର୍ବରୁ ସର୍ବ ପ୍ରଥମେ ଭୂମିରେ ଏକ ମ୍ୟାଟ ବିଛେଇ ବସି ପଡନ୍ତୁ । ଏବେ ନିଜ ବାଁ ହାତକୁ ଉଠାନ୍ତୁ ଓ କହୁଣୀକୁ ପଛକୁ ମୋଡି ପଛ କାନ୍ଧ ପର୍ଯ୍ୟନ୍ତ ନିଅନ୍ତୁ । ତାପରେ ନିଜ ଡାହାଣ କାନ୍ଧକୁ ଧୀରେ ଧୀରେ ପିଠି ପଟକୁ ନେଇ ଯାଆନ୍ତୁ । ଦୁଇ ହାତର ଆଙ୍ଗୁଠିକୁ ପରସ୍ପର ସହ ଯୋଡି ଦିଅନ୍ତୁ । ଏହା ପରେ ମୁଣ୍ଡକୁ ପଛ ପଟକୁ ଢଳାନ୍ତୁ । ପରେ ନିଜ ପାଦ ଓ ହାତର ସ୍ଥିତିକୁ ସମୟ କ୍ରମେ ବଦଳାନ୍ତୁ । ଓ ପୁରା ଚକ୍ର ପୁରଣ କରନ୍ତୁ ।

asana

ବଜ୍ରସନ:

ଵଜ୍ରସନ କରିବା ପାଇଁ ଏକ ମ୍ୟାଟ ଉପରେ ଆଣ୍ଠୁ ମାଡ଼ିକି ବସନ୍ତୁ । ଏମିତି ବସନ୍ତୁ ଯେମିତି ଆପଣଙ୍କ ଦୁଇ ଜଙ୍ଘ ଦୁଇ ପାଦ ଉପରେ ରହିବ | ନିଜ ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ସିଧା ରଖନ୍ତୁ । ଯେମିତିକି ଭୂମି ସହ ଏହା ୯୦ଡିଗ୍ରୀ କୋଣ କରୁଥିବ । ନିଜ ଦୁଇ ହାତକୁ ଜଙ୍ଘ ଉପରେ ରଖନ୍ତୁ । ଏହି ଆସନ ଯେତେ ସମୟ ପର୍ଯ୍ୟନ୍ତ ପାରୁଛନ୍ତି ସେତେ ସମୟ ପର୍ଯ୍ୟନ୍ତ ବସନ୍ତୁ । ବିଶେଷ କରି ଖାଇ ସାରିବା ପରେ ଏହି ଆସନ କଲେ ଅଧିକ ଲାଭ ମିଳିଥାଏ । ଶରୀରରୁ ସମସ୍ତ ବାୟୁ ବାହାରି ଯାଇଥାଏ ।

bajrasana

ଏହା ସହ ପଢନ୍ତୁ: ଆପଣ ବି ଏସି ରେ ରହିବାକୁ ପସନ୍ଦ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ ନଚେତ୍ ଭୋଗି ପାରନ୍ତି ଅନେକ ସମସ୍ୟା

 

ବାଲାସନ:

ଏହି ଆସନ କରିବା ପାଇଁ ପ୍ରଥମେ ଯୋଗ ମ୍ୟାଟ ଉପରେ ବସି ଯାଆନ୍ତୁ । ଏବେ ଆଣ୍ଠୁମାଡ଼ି ବସନ୍ତୁ । ଯେମିତି ଆପଣଙ୍କ ଜଙ୍ଘ ଦୁଇଟି ଆପଣଙ୍କ ପାଦ ଉପରେ ରହିବ । ଏବେ ଧୀରେ ଧୀରେ ହାତ ଦୁଇଟିକୁ ସାମ୍ନା ପଟକୁ ନେଇ ଭୂମି ଉପରେ ରଖନ୍ତୁ । ଏବେ ନିଜ ମୁଣ୍ଡକୁ ମ୍ୟାଟ ଉପରେ ରଖନ୍ତୁ । ଯେପରି ଆପଣଙ୍କ କପାଳ ମ୍ୟାଟକୁ ଛୁଇଁ ପାରୁଥିବ । ଏବେ ନିଜ ଶରୀର ଉପରେ ଚାପ ଦେଇ ବସି ଯାଆନ୍ତୁ ।

balasana

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.