Below header

ଜଲ୍‌ଦି ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାହୁଲ ବୈଦ୍ୟ ଓ ଦିଶା ପରମାର, ଏହି ଦିନ ନେବେ ସାତ ଫେରା

‘ବିଗ୍‌ ବସ୍‌ ୧୪’ ଫେମ୍‌ ସିଙ୍ଗର ରାହୁଲ ବୈଦ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାହୁଲ ନିଜ ଲଙ୍ଗ୍‌ ଟାଇମ୍‌ ଗାର୍ଲଫ୍ରେଣ୍ଡ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ବିବାହ କରିବେ। ବିବାହ ତାରିଖ ମଧ୍ୟ ଏବେ ପାଖେଇ ଆସିଲାଣି। ଏ ନେଇ କପଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ରାହୁଲ ବୈଦ୍ୟ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, #TheDisHulWedding। ରାହୁଲ ପୋଷ୍ଟରେ ସେୟାର କରିଥିବା ଫଟୋରେ ଲେଖିଛନ୍ତି ଯେ ‘ଆମ ପରିବାରର ଆଶୀର୍ବାଦ ଯୋଗୁ ଆମେ ବହୁତ ଖୁସିରେ ଆପଣମାନଙ୍କ ସହିତ ଏହି ଖାସ୍‌ ଅବସରକୁ ସେୟାର କରୁଛୁ। ଅତ୍ୟନ୍ତ ଖୁସି ଏବଂ ଉତ୍ସାହର ସହିତ ଆମେ ଏହି ସୂଚନା ଦେଉଛୁ କି, ଆମ ବିବାହ ତାରିଖ ୧୬ ଜୁଲାଇ ୨୦୨୧ରେ ରହିଛି। ଆମେ ଆମ ପ୍ରେମର ନୂଆ ଅଧ୍ୟାୟ ଆରମ୍ଭ କରିବା ପାଇଁ ଆପଣଙ୍କ ଭଲ ପାଇବା ଏବଂ ଆଶୀର୍ବାଦ କାମନା କରୁଛୁ। ସପ୍ରେମ ଦିଶା ଓ ରାହୁଲ’।

ରାହୁଲ ବୈଦ୍ୟଙ୍କ ଏହି ପୋଷ୍ଟ ପରେ ତାଙ୍କ ସାଙ୍ଗସାଥୀ, କଳାକାର ଏବଂ ଫ୍ୟାନମାନେ ଶୁଭେଚ୍ଛା ଜଣାଇବାରେ ଲାଗି ପଡ଼ିଛନ୍ତି। ‘ଖତରୋଁ କେ ଖିଲାଡି ୧୧’ରେ ରାହୁଲଙ୍କ ସହ ନଜର ଆସିଥିବା ବରୁଣ ସୁଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଓ ରାକ୍ଷୀ ସାଓ୍ଵନ୍ତ ବି ଶୁଭେଚ୍ଛା ଜଣାଇଛନ୍ତି। କହି ରଖୁଛୁ କି, ‘ବିଗ୍‌ ବସ୍‌ ୧୪’ର ରନରଅପ୍‌ ରାହୁଲ ବୈଦ୍ୟ ସେହି ବିଗ୍‌ ବସ୍‌ ହାଉସ୍‌ରେ ହିଁ ଦିଶା ପରମାରଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.