Below header

ପାପୁଲିରେ ଯଦି ଆପଣଙ୍କ ରେଖା ଏଭଳି ରହିଛି ତେବେ ରୁହନ୍ତୁ ସତର୍କ, ସାମ୍ନା କରିପାରନ୍ତି ବଡ଼ ସମସ୍ୟା

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଅନେକ ଘଟଣା ଜଣା ପଡିଥାଏ । ହାଥରେ ଆମର ଅନେକ ରେଖା ରହିଛି । ଯେପରି ଜୀବନ ରେଖା, ବିବାହ ରେଖା, ଆୟୁ ରେଖା, ଭାଗ୍ୟ ରେଖା ଭଳି ଆଦି ବିଭିନ୍ନ । ଏହାସହ ଏହି ରେଖାମାନଙ୍କ ସ୍ଥିତି ଏବଂ ସେମାନଙ୍କ ପରସ୍ପର ଉପରେ ଯିବା ହେତୁ ଅନେକ ଯୋଗ ତିଆରି ହୋଇଥାଏ । ତେବେ ରେଖାରେ ଏମିତି ଏକ ସ୍ଥିତି ରହିଥାଏ ଯେଉଁଠି ବ୍ୟକ୍ତିର ଡିପ୍ରେସନ ବା ମାନସିକ ସ୍ଥିତି ସମ୍ପର୍କରେ ଜଣା ପଡେ ।

ତେବେ ଆପଣଙ୍କ ରେଖା ଏପରି ଥିଲେ ଆପଣ ମଧ୍ୟ ଏହି ସମସ୍ୟାର ଶିକାର ହେବାର ସମ୍ଭାବନା ରହିଛି :

– ଯଦି ଆପଣଙ୍କ ମସ୍ତିଷ୍କ ରେଖା ପାପୁଲିର ମଝିରୁ ତଳକୁ ଯାଇ ହୃଦୟ ରେଖା ସହ ମିଶିଥାଏ ତେବେ ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ । ବଡ଼ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ ।

– ଯଦି ଚନ୍ଦ୍ର ପର୍ବତରେ କ୍ରୋନ୍ସ, ଜାଲର ଚିହ୍ନ ରହିଥାଏ ତେବେ ବ୍ୟକ୍ତି ଡିପ୍ରେସନର ଶିକାର ହୁଏ । ଏଭଳି ପରିସ୍ଥିତିରେ ବ୍ୟକ୍ତ ଜଣକ ଅପରାଧ କରିବାର ସମ୍ଭାବନା ରହିଥାଏ ।

ବିଶେଷ କରି ଚନ୍ଦ୍ର ପର୍ବତ ଏବଂ ମସ୍ତିଷ୍କ ରେଖାର ଆକଳନ ଠିକ ହେବା ଆବଶ୍ୟକ । ଡିପ୍ରେସନ, ମାନସିକ ଅସ୍ଥିରତା, ମାନସିକ ବିକ୍ଷିତ୍ପତା ଆଦି ସମ୍ବନ୍ଧ ବ୍ୟକ୍ତିର ମନ ସହ ଯୋଡି ହୋଇ ରହିଥାଏ । ଯାହାର କାରକ ଗ୍ରହ ଚନ୍ଦ୍ରମା । ଏହି ପରିସ୍ଥିତିରେ ବ୍ୟକ୍ତିର ଚନ୍ଦ୍ର ପର୍ବତ ଓ ମସ୍ତିଷ୍କ ରେଖାର ଯାଞ୍ଚ ଠିକ ହେବା ଜରୁରୀ । ଯଦି ମସ୍ତିଷ୍କ ରେଖା ତଳକୁ ବେଶି ଯାଇଥାଏ ତେବେ ଏହି ପରିସ୍ଥତିରେ ବ୍ୟକ୍ତି ଡିପ୍ରେସନକୁ ଚାଲିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.