Below header

ଏହି କାରଣରୁ ବଞ୍ଚିଥିବା ଯାଏ ପିତା ରାଜ କପୁରଙ୍କ ସହ ପଡୁନଥିଲା ରାଜୀବ କପୁରଙ୍କ, ପିତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଦେଇନଥିଲେ ଯୋଗ

ରାଜୀବ କପୁର ତାଙ୍କର ଅଗଣତି ପ୍ରଶଂସକଙ୍କୁ ଛାଡ଼ି ଆଜି(ମଙ୍ଗଳବାର) ଇହ ଜଗତରୁ ବିଦାୟ ନେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା । ଦିବଙ୍ଗତ ଅଭିନେତା ରାଜକପରୁଙ୍କ ସାନ ପୁଅ ରାଜୀବ କପୁରଙ୍କ ମୃତ୍ୟୁରେ ବଡ଼ ଭାଇ ରନ୍ଧିର କପୁର ଲେଖିଛନ୍ତି ଯେ ମୁଁ ଆଜି ମୋର ସବୁଠୁ ସାନ ଭାଇ ରାଜୀବଙ୍କୁ ହରାଇଲି । ରାଜୀବଙ୍କ ମୃତ୍ୟୁରେ କପୁର ପରିବାର ନିଜର ଶୋକ ବ୍ୟକ୍ତ କରିଛନ୍ତି । ତେବେ ରାଜୀବ କପୁରଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଏମିତି କଥା କହିବୁ ଯାହା ଆପଣ ବୋଧହୁଏ ଜାଣିନଥିବେ ।

ରାଜୀବ କପୁର ପ୍ରଥମେ ପିତା ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ ରେ ଅଭିନୟ କରି ପ୍ରଶଂସକଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ । ରାଜୀବ କପୁର କେବଳ ଅଭିନେତା ନଥିଲେ ଜଣେ ପ୍ରଡ୍ୟୁସର ଓ ଡାଇରେକ୍ଟର ମଧ୍ୟ ଥିଲେ । ରାଜୀବ କପୁର ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ରେ ମନ୍ଦାକିନୀଙ୍କ ବୋଲ୍ଡ ରୋଲ୍‌ ଯୋଗୁ ଲାଇମଲାଇଟକୁ ଆସିଥିଲେ । ମନ୍ଦାକିନୀଙ୍କ ଯୋଗୁ ରାଜୀବଙ୍କୁ ଷ୍ଟାରଡମ୍‌ ମିଳିଥିଲେ ବି ସେ ଏଥିରେ ଖସି ନଥିଲେ । ଏହାକୁ ନେଇ ତାଙ୍କର ସର୍ବଦା ପିତା ରାଜ କପୁରଙ୍କ ସହ ମନୋମାଳିନ୍ୟ ରହିଥିଲା । ମନୋମାଳିନ୍ୟର କାରଣ ଥିଲେ ଏହି ଅଭିନେତ୍ରୀ ।

rajib kapoor
photo credit: punjabkesari.in

ରାଜୀବ ଚାହୁଁଥିଲେ ପିତା ତାଙ୍କ ପାଇଁ ଏପରି ଏକ ଫିଲ୍ମ ନିର୍ମାଣ କରନ୍ତୁ ଯେଉଁଥିରେ ସେ ନିଜ ଅଭିନୟ ବଳରେ ନାମ କମାଇ ପାରିବେ । ହେଲେ ରାଜ କପୁର ତାଙ୍କୁ ସର୍ବଦା ସାଙ୍ଗରେ ରଖି ଆସିଷ୍ଟାଣ୍ଟ ଡାଇରେକ୍ଟର ଓ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଉଥିଲେ । ଯାହାକୁ ନେଇ ରାଜୀବ ଆଦୌ ସନ୍ତୁଷ୍ଟ ନଥିଲେ । ଏହି କାରଣ ପାଇଁ ପିତା ରାଜ କପୁରଙ୍କ ସହ ତାଙ୍କର ଠିକ୍‌ ପଡୁନଥିଲା । ଏହି ଅସନ୍ତୋଷ ତାଙ୍କୁ ଏପରି କରିଦେଇଥିଲା ଯେ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇନଥିଲେ । ରାଜ କପୁରଙ୍କ ମୃତ୍ୟୁ ର ୩ ଦିନ ଯାଏ ସେ ମଦ ପିଇ ପଡ଼ିରହିଥିଲେ ।

ରାଜୀବ ଯଦିଓ ଅନ୍ୟ କେତେକ ଫିଲ୍ମ- ‘ଲଭର ବୟ, ଅଙ୍ଗାରେ, ଜଲ୍‌ଜଲା, ଶୁକ୍ରିୟା ଓ ହମ୍‌ ତୋ ଚଲେ ପରଦେଶ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଏସବୁ ନିଜ ପିତାଙ୍କ ‘ଆର୍‌କେ’ ବ୍ୟାନର ଫିଲ୍ମ ନଥିଲା । ସେ ଫିଲ୍ମରେ ସେତେତା ସଫଳତା ନ ପାଇବାରୁ ସର୍ବଦା ମାନସିକ ଚାପରେ ରହୁଥିଲେ । ୨୦୦୦ ମସିହାରେ ରାଜୀବ ଫିଲ୍ମ ଦୁନିଆରୁ ସମ୍ପୁର୍ଣ୍ଣ ଭାବେ ସନ୍ନ୍ୟାସ ନେଇଗଲେ । ପରେ ୨୦୦୧ରେ ଆର୍କିଟେକ୍ଟ ଆରତୀ ସଭରଓ୍ଵାଲଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.