ରକୁଲ ପ୍ରୀତ ଏବଂ ଜ୍ୟାକି କରିବେ ଇକୋ ଫ୍ରେଣ୍ଡଲୀ ବିବାହ, ଫେବୃଆରୀ ୨୧ରେ ବିବାହ

ରକୁଲ ପ୍ରୀତ ସିଂ ଏବଂ ଅଭିନେତା ଜ୍ୟାକି ଭଗନାନୀଙ୍କ ବିବାହ ଇକୋ-ଫ୍ରେଣ୍ଡଲୀ ହେବ । ବିବାହରେ ସମସ୍ତ ଅତିଥିଙ୍କୁ ଇ-ନିମନ୍ତ୍ରଣ ପତ୍ର ପଠାଯିବ । ଦୁହେଁ କାହାକୁ ଯାଇ ନିମନ୍ତ୍ରଣ ଦେବେ ନାହିଁ । ଏହାଛଡା ବିବାହରେ କୌଣସି ପ୍ରକାରର ଆତସବାଜି ହେବ ନାହିଁ ।

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଅଭିନେତା ଜ୍ୟାକି ଭଗନାନୀ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏମାନଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଦୁହିଁଙ୍କ ବିବାହକୁ ନେଇ ପରିବାର ଏବଂ ଫ୍ୟାନ୍ସ ପାଇଁ ଖାସ୍‌ ରହିଛି । ତେବେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ଇକୋ-ଫ୍ରେଣ୍ଡଲୀ ହେବ ସେଥିପାଇଁ ଖାସ୍‌ ବ୍ୟବସ୍ଥା କରାଯାଇଛି । ବିବାହ ଯୋଗୁଁ ପରିବେଶ ଉପରେ କ୍ଷତି ନ ହେଉ, ସେ ନେଇ ଦୁହେଁ ନଜର ରଖିଛନ୍ତି ।

ତେଣୁ ସେମାନଙ୍କ ବିବାହରେ ସମସ୍ତ ଅତିଥିଙ୍କୁ ଇ-ନିମନ୍ତ୍ରଣ ପତ୍ର ପଠାଯିବ । ଦୁହେଁ କାହାକୁ ଯାଇ ନିମନ୍ତ୍ରଣ ଦେବେ ନାହିଁ । ଏହାଛଡା ବିବାହରେ କୌଣସି ପ୍ରକାରର ଆତସବାଜି ହେବ ନାହିଁ । ବିବାହର କିଛି ସମୟ ପରେ ଦୁହେଁ ଗଛ ଲଗାଇବେ ବୋଲି ଖବର ମିଳିଛି । ବିବାହ ପାଇଁ ସବୁ ଉତ୍ସବ ୧୯ ଫେବୃଆରୀରୁ ଆରମ୍ଭ ହେବ । ଦୁହେଁ ଫେବୃଆରୀ ୨୧ରେ ଗୋଆରେ ବିବାହ କରିବେ ।

ରକୁଲ ଏବଂ ଜ୍ୟାକି ୨୦୨୧ରେ ନିଜ ସଂପର୍କକୁ କନଫର୍ମ କରିଥିଲେ । ଦୁହେଁ ଏହା ପୂର୍ବରୁ ଅନେକ ଦିନ ଧରି ସଂପର୍କରେ ରହିଥିଲେ । ରକୁଲ କମଲ ହାସନଙ୍କ ସହିତ ଇଣ୍ଡିଆନ ୨ରେ ନଜର ଆସିବେ । ଏହାସହି ଜ୍ୟାକି ଆଗାମୀ ପ୍ରଡକ୍ସନରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହିତ ନଜର ଆସିବେ । ଏହି ଫିଲ୍ମ ଇଦ ୨୦୨୪ରେ ରିଲିଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.