ଭାରତର ସବୁଠୁ ବୟସ୍କ କ୍ରିକେଟର ଦତ୍ତାଜିରାଓ ଗାୟକୱାଡଙ୍କ ୯୫ ବର୍ଷ ବୟସରେ ଦେହାନ୍ତ
ଭାରତର ସବୁଠାରୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାୟକୱାଡ ଆଉ ନାହାନ୍ତି । ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ସେ ବରୋଦାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଭାରତର ସବୁଠାରୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାୟକୱାଡ ଆଉ ନାହାନ୍ତି । ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ସେ ବରୋଦାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ ପ୍ରଶିକ୍ଷକ ଅଂଶୁମାନ ଗାୟକୱାଡଙ୍କ ବାପା ଥିଲେ । ଗାୟକୱାଡ ୯୫ ବର୍ଷ ୧୦୯ ଦିନ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଗତ ୧୨ ଦିନ ଧରି ସେ ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦତ୍ତାଜିରାଓ ଗାୟକୱାଡ ୧୯୫୨ରୁ ୧୯୬୧ ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ଖେଳିଥିଲେ । ୧୯୫୯ରେ ସେ ଇଂଲଣ୍ଡ ଗସ୍ତରେ ଦଳର ଅଧିନାୟକ ମଧ୍ୟ ରହିଥିଲେ । ଗାୟକୱାଡ ୧୯୪୭ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ ।
ଭାରତର ପୂର୍ବତନ ଅଧିନାୟକ ତଥା ଭାରତର ସବୁଠୁ ବୟସ୍କ ଟେଷ୍ଟ କ୍ରିକେଟର ଦତ୍ତାଜିରାଓ ଗାୟକୱାଡଙ୍କ ଦେହାନ୍ତରେ ବିସିସିଆଇ ଗଭୀର ଦୁଃଖ ପ୍ରକାଶ କରିଛି । ବୋର୍ଡ ଗାୟକୱାଡଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ନିଜର ସମବେଦନା ଜଣାଇଛି ।
The BCCI expresses its profound grief at the passing away of Dattajirao Gaekwad, former India captain and India’s oldest Test cricketer. He played in 11 Tests and led the team during India’s Tour of England in 1959. Under his captaincy, Baroda also won the Ranji Trophy in the… pic.twitter.com/HSUArGrjDF
— BCCI (@BCCI) February 13, 2024