Below header

ଶମ୍ଭୁ ବର୍ଡରରେ ଚାଷୀଙ୍କ ହଙ୍ଗାମା, ଡ୍ରୋନରେ ଲୁହବୁହା ଗ୍ୟାସ ପକାଇଲା ପୋଲିସ

ପୂର୍ବରୁ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରିଦିଆଯାଇଛି । ଏହାସତ୍ତ୍ୱେ ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି । ଫଳରେ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ୨୦ ହଜାର ଚାଷୀ । ବିଭିନ୍ନ ଦାବି ଦେଇ ଦିଲ୍ଲୀକୁ ବାହାରିଛନ୍ତି ଚାଷୀ । ଏଭଳି ସ୍ଥଳେ ଦିଲ୍ଲୀର ସମସ୍ତ ବର୍ଡରକୁ ସିଲ୍‌ କରିଦିଆଯାଇଛି । ଏହାସତ୍ତ୍ୱେ ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି । ପ୍ରଥମେ ପୋଲିସ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

ତେବେ ପୂର୍ବରୁ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରିଦିଆଯାଇଛି । ପଞ୍ଜାବ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାସ୍ତାରେ ଚାଷୀଙ୍କ ଦିଲ୍ଲୀ ଚଲୋ ଘୋଷଣା ପରେ ପଞ୍ଜାବ-ହରିୟାଣା ବର୍ଡର ମଧ୍ୟ ସିଲ୍ କରାଯାଇଛି । ଗାଜିପୁର ବର୍ଡର, ଟିକିରୀ, ଶମ୍ଭୁ ଏବଂ ସିଙ୍ଘୁ ବର୍ଡରକୁ ସିଲ୍‌ କରାଯାଇଛି । ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଂକ୍ରିଟ କାନ୍ଥ ରାତାରାତି ତିଆରି କରିଛି ପ୍ରଶାସନ । କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଯାଇଛି ।

ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରୀ ଓ ଗାଜିପୁରରେ ପୋଲିସ ମୁତୟନ ହୋଇଛନ୍ତି । ସିସିଟିଭି କ୍ୟାମେରା,ଡ୍ରୋନ ସହାୟତାରେ ମଧ୍ୟ ନଜର ରଖାଯାଇଛି । ସିଙ୍ଘୁ ସୀମାରେ ଥିବା ଫ୍ଲାଏ ଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ମେସିନ୍ ବ୍ୟବହାର କରି ସିମେଣ୍ଟ ବ୍ୟାରିକେଡ୍ ସ୍ଥାପନ କରାଯାଇଛି । ନ୍ୟାସନାଲ ହାଇେଓ୍ଵରେ ଆରଏଏଫ୍ ନିୟୋଜିତ କରାଯାଇଛି ।

ଦିଲ୍ଲୀରେ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ୧୪୪ ଧାରା ଲାଗିଛି । ରାସ୍ତାରେ ବଡ ବଡ ପଥର ରଖାଯାଇଛି । ଚାଷୀଙ୍କୁ ରୋକିବା ପାଇଁ ସିମେଣ୍ଟ ବ୍ୟାରିକେଡ ରାତାରାତି କରାଯାଇଛି । ରାସ୍ତାରେ କଣ୍ଟା ବିଛାଯାଇଛି । ଏଥିପାଇଁ ସାଧାରଣ ଲୋକ ଘରୁ ବାହାରିବାରେ ଅସୁବିଧା ହୋଇପାରେ । ତେଣୁ ମେଟ୍ରୋ ବ୍ୟବହାର କରିବା ପାଇଁ ଅପିଲ୍‌ କରାଯାଇଛି । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଦହନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି । ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.