ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ମିଶିଲେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚୌହାନ ବିଜେପିରେ ଯୋଗଦେବା ପୂର୍ବରୁ କହିଥିଲେ କି, ଆଜିଠାରୁ ମୁଁ ମୋର ରାଜନୈତିକ ଜୀବନ ପୁଣିଥରେ ଆରମ୍ଭ କରୁଛି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚୌହାନ ବିଜେପିରେ ଯୋଗଦେବା ପୂର୍ବରୁ କହିଥିଲେ କି, ଆଜିଠାରୁ ମୁଁ ମୋର ରାଜନୈତିକ ଜୀବନ ପୁଣିଥରେ ଆରମ୍ଭ କରୁଛି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ, ମୁମ୍ବାଇ ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାର ପ୍ରମୁଖ ଉପସ୍ଥିତ ଥିଲେ ।

ଚୌହାନ କହିଛନ୍ତି, ଆଜି ମୁଁ କୌଣସି କଂଗ୍ରେସ ବିଧାୟକଙ୍କୁ ମୋ ସହିତ ଆସିବା ପାଇଁ ଆମନ୍ତ୍ରଣ କରି ନାହିଁ । ଏହି ସମୟରେ ଚୌହାନଙ୍କୁ ପଚରାଯାଇଥିଲା କି, ଆଜି ସତ୍ୟସାଇ ବାବାଙ୍କୁ ପୂଜା କରିବା ବେଳେ କ’ଣ ମାଗିଥିଲେ ? ଏହାର ଉତ୍ତରରେ ଚୌହାନ କହିଥିଲେ, ଘରୁ ବାହାରିବା ବେଳେ ମୁଁ ସବୁବେଳେ ପୂଜା କରେ । ଏହା ମୋର ଦୈନନ୍ଦିନ ଅଭ୍ୟାସ । ଭଲ କାମ ପାଇଁ ବାହାରକୁ ଯିବା ସମୟରେ ଭଗବାନଙ୍କ ଆଶୀର୍ବାଦ ନେବା ମୋର ସାଧାରଣ ଅଭ୍ୟାସ ।

ସେପଟେ ବିଜେପିରେ ଯୋଗଦେବା ପରେ ଅଶୋକ ଚୌହାନଙ୍କୁ ରାଜ୍ୟସଭାକୁ ପଠାଯାଇପାରେ । କୁହାଯାଉଛି ଯେ ଚୌହାନ ଦଳରେ ମିଶିବା ପରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ତୁରନ୍ତ ଜାରି କରିପାରେ ।

ସୂଚନାଯୋଗ୍ୟ, ଅଶୋକ ଚୌହାନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟିବା ପରେ ଚୌହାନ ଇସ୍ତଫା ଦେଇଥିଲେ । ଅଶୋକ ଚୌହାନ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଅଶୋକ ଚୌହାନଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.