Below header

ମା’ଙ୍କ ସହିତ ଭାଇରଲ ହେଉଛି ରଣବୀରଙ୍କ ଏମିତି ଫଟୋ, ଫ୍ୟାନ ଦେଉଛନ୍ତି ଏମିତି କମେଣ୍ଟ

ବଲିଉଡ ଅଭିନେତା ରଣବୀର କପୁର ସୋସଆଲ ମିଡିଆରେ ଆକ୍ଟିଭ ନଥାନ୍ତୁ ପଛେ କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ହୁଏ। ତାଙ୍କର କିଛି ଫଟୋ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଭାଇରଲ ହୋଇଥାଏ। ନିକଟରେ ତାଙ୍କ ପିଲାବେଳର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି, ରଣବୀରଙ୍କ କ୍ୟୁଟ୍‌ ଅନ୍ଦାଜ ଦେଖି ଫ୍ୟାନ ପୁରା ଫିଦା ରହିଛନ୍ତି।

ରଣବୀରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଫଟୋରେ ରଣବୀର ମା ନୀତୁ କପୁରଙ୍କ ସହିତ ନଜର ଆସିଛନ୍ତି। ରଣବୀର ଫଟୋରେ ହ୍ଵାଇଟ ସାର୍ଟ ଏବଂ ହ୍ଵାଇଟ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଆଉ ଖରାରୁ ରକ୍ଷା ପାଇବା ପାଇଁ ମୁହଁରେ ହାତ ଦେଇଛନ୍ତି। ରଣବୀରଙ୍କ ଏପରି ଅନ୍ଦାଜ ଫ୍ୟାନଙ୍କୁ ବେଶ ପସନ୍ଦ ଆସୁଛି।

 

View this post on Instagram

 

A post shared by Filmfare (@filmfare)

ସୂଚନାଯୋଗ୍ୟ, ରଣବୀର ଖୁବଶୀଘ୍ର ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମର କ୍ଲାଇମେକ୍ସ ବୁଦାପେଷ୍ଟରେ ସୁଟ ହେବ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଲିଡ ରୋଲରେ ନଜର ଆସିବେ। ଏହାଛଡା ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରୟ ଏବଂ ନାର୍ଗାଜୁନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.