୨୮ ବର୍ଷ ପରେ ଇତିହାସ ରଚିଲା ଆର୍ଜେଣ୍ଟିନା, ଫାଇନାଲରେ ବ୍ରାଜିଲ୍‌କୁ ୧-୦ ଗୋଲରେ ହରାଇଲା

କୋପା ଆମେରିକା ଫୁଟବଲ କପ୍‌ରେ ଆର୍ଜେଣ୍ଟିନା ଚାମ୍ପିଅନ୍‌। ୨୮ ବର୍ଷ ପରେ ଇତିହାସ ରଚିଲା ଆର୍ଜେଣ୍ଟିନା। ୧୯୯୩ ପରେ ଏହା ଆର୍ଜେଣ୍ଟିନାର ପ୍ରଥମ କୋପା ଆମେରିକା ବିଜୟ। ଫାଇନାଲରେ ବ୍ରାଜିଲ୍‌କୁ ୧-୦ ଗୋଲରେ ହରାଇ ଟାଇଟଲ୍‌ ହାତେଇଲା ଆର୍ଜେଣ୍ଟିନା। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଡି’ ମାରିଆଙ୍କ ଗୋଲ ଦେଲା ଆର୍ଜେଣ୍ଟିନାକୁ ବିଜୟ। ଏହି ମ୍ୟାଚ୍‌କୁ ବ୍ରାଜିଲ୍‌ର ନେମାର ଓ ଆର୍ଜେଣ୍ଟିନାର ମେସିଙ୍କ ମଧ୍ୟରେ ଯୁଦ୍ଧ ବୋଲି କୁହାଯାଉଥିଲା। କିନ୍ତୁ ଖେଳ ଉପରେ ଉଭୟ ପ୍ରଭାବ ପକାଇବାରେ ବିଫଳ ହୋଇଥିଲେ। ଏହି ବିଜୟ ଆର୍ଜେଣ୍ଟିନାକୁ ତାର ୧୫ତମ କୋପା ଆମେରିକା ଟାଇଟଲ ଦେଇଛି।

ବର୍ତ୍ତମାନ ଉରୁଗୁଏ ସହ ଆର୍ଜେଣ୍ଟିନା ମଧ୍ୟ ୧୫ଟି ଟାଇଟଲ ହାତେଇବାର ରେକର୍ଡ ହାସଲ କରିଛି। ଏହା ପୂର୍ବରୁ ୨୦୧୪ ଫିଫା ବିଶ୍ୱକପ ଫାଇନାଲ ସହ ୩ଟି କୋପା ଆମେରିକା ଫାଇନାଲ ହରାଇଥିଲେ ମେସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.