ରାନୁ ମଣ୍ଡଳଙ୍କ ପରି ତାଙ୍କ ଝିଅ ମଧ୍ୟ ଗାଉଛନ୍ତି ଗୀତ ସାମ୍ନାକୁ ଆସିଲା ଭିଡିଓ, ଝିଅ କହିଲେ ମୋତେ ମିଳୁଛି ଧମକ କିନ୍ତୁ କାହିଁକି ଜାଣନ୍ତୁ !
ରାନୁ ମଣ୍ଡଳ ଏବେ ଇଣ୍ଟରନେଟ ସେନସେସନ୍ ସହିତ ଜଣେ ଷ୍ଟାର ବି ହୋଇଯାଇଛନ୍ତି। ସାରା ଦେଶ ଏବେ ତାଙ୍କୁ ଚିହ୍ନି ସାରିଲାଣି ସେ ଏବେ ସବୁଆଡେ ଜଣାଶୁଣା। ସେ ଷ୍ଟେଜ୍ ପରଫରମାନ୍ସ ମଧ୍ୟ କରୁଛନ୍ତି। ହିମେଶ ରେସମିୟାଙ୍କ ସହିତ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ ପାଇଁ ତିନୋଟି ଗୀତ ମଧ୍ୟ ଗାଇଛନ୍ତି। ରାନୁ ଏବେ ଯୁଆଡେ ବି ଯାଉଛନ୍ତି ଲୋକମାନେ ତାଙ୍କ ସହିତ ସେଲ୍ଫି ନେବାକୁ ଚାହୁଁଛନ୍ତି। ଏବେ ତାଙ୍କର ସ୍ୱରର ହଜାରେ ଦିଓ୍ଵାନା ଅଛନ୍ତି। ରାନୁ ମଣ୍ଡଳଙ୍କ ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ସେଲିବ୍ରିଟୀ ବନିଗଲେ।
ଏହାପରେ ତାଙ୍କ ଝିଅ ଏଲିଜାବେଥ ଯିଏ କି ତାଙ୍କୁ ୧୦ ବର୍ଷ ତଳେ ଛାଡି ଚାଲିଯାଇଥିଲେ ସେ ବି ତାଙ୍କ ପାଖକୁ ଫେରି ଆସିଲେ। ରାନୁଙ୍କ ଝିଅ ତାଙ୍କ ପାଖକୁ ଫେରି ଆସିବା ପରେ ଲୋକମାନେ ବହୁତ ପ୍ରତିକ୍ରୀୟା ଦେଇଥିଲେ। ଝିଅ ତାଙ୍କ ପାଖକୁ ଫେରି ଆସିବା ପରେ ରାନୁ ବହୁତ ଖୁସି ଅଛନ୍ତି।
ଏବେ ଝିଅ ଏଲିଜାବେଥଙ୍କର ମା’ ରାନୁ ମଣ୍ଡଳଙ୍କ ସହିତ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ତାଙ୍କ ଝିଅ ମଧ୍ୟ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ରାନୁଙ୍କ ଝିଅ ମଧ୍ୟ ତାଙ୍କ ଭଳି ଗୀତ ଗାଉଥିବାର ନଜର ଆସୁଛନ୍ତି। ଏଥିରେ ମା’ ରାନୁ ମଧ୍ୟ ତାଙ୍କ ସାଥ୍ ଦେଉଛନ୍ତି।
ରାନୁ ଏବଂ ତାଙ୍କ ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ଦୁହେଁ ‘ଆଜ କଲ୍ ତେରେ ମେରେ ପ୍ୟାର କି ଚର୍ଚ୍ଚେ’ଗୀତ ଗାଉଛନ୍ତି। ଝିଅ ଏଲିଜାବେଥଙ୍କୁ ତାଙ୍କ ମା’ ରେଳ ଷ୍ଟେସନରେ ବସି ଗୀତ ଗାଇ ଭିକ୍ଷା ମାଗିବା ପସନ୍ଦ ନଥିଲା ଏଥିପାଇଁ ତାଙ୍କୁ ଛାଡି ସେ ଚାଲି ଯାଇଥିବା କଥା ଚର୍ଚ୍ଚା ହୋଇଥିଲା।
ଝିଅ ଏଲିଜାବେଥ୍ ଅଭିଯୋଗ କରିଛନ୍ତି ଯେ ଏବେ ଯେଉଁ କ୍ଲବ୍ ରାନୁଙ୍କର ଧ୍ୟାନ ରଖୁଛନ୍ତି ସେମାନେ ତାଙ୍କୁ ତାଙ୍କ ମା’ ସହିତ ଭେଟିବାକୁ ଦେଉନାହାନ୍ତି। ଏହାସହିତ କ୍ଲବର ସଦସ୍ୟ ମଧ୍ୟ ତାଙ୍କୁ ଧମକ ଦେଉଛନ୍ତି। ଏଲିଜାବେଥ କହିଛନ୍ତି ଏମିତି ଲାଗୁଛି ଯେମିତି ଅତୀନ୍ଦ୍ର ଚକ୍ରବର୍ତ୍ତୀ ଏବଂ ତପନ ଦାସ (କ୍ଲବର ସଦସ୍ୟ) ମୋ ମା’ର ଅସଲି ପୁଅ। ସେମାନେ ମୋତେ ଧମକ ଦେଉଛନ୍ତି ଯଦି ମୁଁ ମା’ସହିତ ଭେଟିବା ପାଇଁ ଚେଷ୍ଟା କରିବି ସେମାନେ ମୋ ଗୋଡ ଭାଙ୍ଗିଦେବେ।
ନିଶ୍ଚିତ ପଢନ୍ତୁ : ରାନୁ ମଣ୍ଡଳଙ୍କ ନୂଆ ଅନ୍ଦାଜ୍, ନିଜର ତୃତୀୟ ବଲିଉଡ୍ ଗୀତରେ ଦେଖାଇଲେ ଜଲୱା !
‘ସେମାନେ ମୋ ମା’ ସହିତ ଫୋନରେ କଥା ହେବାକୁ ମଧ୍ୟ ଦେଉନାହାନ୍ତି। ସେମାନେ ମୋ ମା’ର ବ୍ରେନ୍ ଓ୍ଵାସ୍ କରିଦେଇଛନ୍ତି, ମୁଁ ମୋର ବ୍ୟକ୍ତିଗତ ସମସ୍ୟା କାରଣରୁ ମା’ ସହିତ ଭେଟି ପାରୁନଥିଲି।’
View this post on Instagram
@realhimesh #renumandal #singing #singer #newsinger #shooting #tarimarikhani #bollywood #bati