Below header

ପୁଣି ଥରେ ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ, ଏବେ ଶାହାରୁଖଙ୍କ ଗୀତରେ କଲେ କଣ୍ଠଦାନ

ଦିନେ ଷ୍ଟେସନ୍‌ ପ୍ଲାଟପର୍ମରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ଏବେ ସେଲିବ୍ରିଟି ଭାବେ ସମ୍ମାନ ପାଉଛନ୍ତି। ବଲିଉଡର ଆଗଧାଡ଼ିର ଗାୟକ ହିମେଶ ରେଶମିୟା ରାନୁଙ୍କ ପ୍ରତିଭାଙ୍କୁ ଚିହ୍ନି ତାଙ୍କୁ ବ୍ରେକ୍‌ ଦେଇଥିଲେ। ତେରି ମେରି କାହାନୀ ଗୀତ ଗାଇ ପରିଚୟ ସୃଷ୍ଟି କରିଥିବା ରାନୁ ମଣ୍ଡଳ ଏବେ ପୁଣି ଥରେ ନିଜ ଯାଦୁଗରୀ ସ୍ୱରରେ ଦର୍ଶକଙ୍କୁ ମତୁଆଲା କରିଥିବା ଦେଖିବାକୁ ମିଳିଛି। ଏବେ ସୋସିଆଲ ମିଡିଆରେ ରାନୁ ମଣ୍ଡଳଙ୍କର ଏକ ଗୀତ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ବେବୋଙ୍କୁ ଡେଟ୍‌ରେ ଡାକିଲେ କରଣ ଜୋହର, ତ ମିଳିଲା ଏଭଳି ଜବାବ…

ଭିଡିଓରେ ରାନୁଙ୍କୁ କମେଡି ଷ୍ଟାରର୍ସ ଆଣ୍ଡ ଏଣ୍ଟରଟେନ୍‌ରେ ଦେଖିବାକୁ ମିଳିଛି। ରାନୁ ଏଥିରେ ଶାହାରୁଖ ଖାନ୍‌ଙ୍କ ନବେ ଦଶକର ସୁପରହିଟ୍‌ ଫିଲ୍ମ ଦିଲ୍‌ ଓ୍ଵାଲେ ଦୁଲ୍‌ହନିଆଁ ଲେ ଜାଏଙ୍ଗେ ଫିଲ୍ମର ତୁଝେ ଦେଖା ତୋ ୟେ ଜାନା ସନମ୍‌ ଗୀତ ଗାଉଥିବା ନଜର ଆସିଛି। ଗୀତ ଗାଇବା ବେଳେ ରାନୁଙ୍କୁ ଶୋ’ର ଆଙ୍କର ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିସାରିଥିବା ବେଳେ ୩୦୦୦ ହଜାର ଲାଇକ୍‌ ମିଳିସାରିଛି। ଭିଡିଓକୁ ୟୁଜରମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.