Below header

ରଣବୀର ସିଂହଙ୍କ ଡ୍ରେସ ଆଉ ଲୁକକୁ ନେଇ ଟ୍ରୋଲ କଲେ ୟୁଜର୍ସ, କହିଲେ କାହିଁକି ଝିଅଙ୍କ ଡ୍ରେସ ପିନ୍ଧିଛ?

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସାଙ୍ଗକୁ ଅଜବ ଡ୍ରେସିଂ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କୁ ପ୍ରାୟ ସମୟରେ ବିଭିନ୍ନ ଡିଜାଇନ ଏବଂ ଭେରାଇଟିର ଡ୍ରେସ ପିନ୍ଧି ଥିବାର ଦେଖିବାକୁ ମିଳିଥାଏ। ଏହି କାରଣରୁୁ ସେ ଅନେକ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି। ରଣବୀର ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଭିନ୍ନ ଲୁକରେ ନଜର ଆସୁଛନ୍ତି। ତାଙ୍କ ଫଟୋକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟସ୍‌ ଦେଉଛନ୍ତି।

ରଣବୀର ନିଜ ଇନଷ୍ଟାଗ୍ରାମରେ ଏହି ଡ୍ରେସର କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବ୍ରାଉନ୍‌ କଲର ସୁଜ୍‌ ସହିତ ବ୍ଲାକ ଏବଂ ଗୋଲଡେନ୍‌ କଲର କମ୍ବିନେସନ ଥିବା ପ୍ରିଣ୍ଟେଡ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ଏହାସହିତ ମଷ୍ଟାର୍ଡ କଲରର ସାର୍ଟ ପିନ୍ଧିଛନ୍ତି। ଡ୍ରେସ ସାଙ୍ଗକୁ କମଳା ରଙ୍ଗର ଚଷମାରେ ସେ ଅଲଗା ଅନ୍ଦାଜରେ ନଜର ଆସୁଥିଲେ।

ସୋସିଆଲ ମିଡିଆରେ ରଣବୀର ସିଂହଙ୍କ ଏହି ଲୁକକୁ ନେଇ ବହୁତ ଚର୍ଚ୍ଚା ହେଉଛି। କିଛି ୟୁଜର ତାଙ୍କର ସ୍ୱାଗକୁ ପ୍ରଶଂସା କରୁଛନ୍ତି ତ ଆଉ କିଛି ୟୁଜର କହୁଛନ୍ତି ‘ଭାଇ ଆଗକୁ ପଟିଆଲା ନିଶ୍ଚୟ ପିନ୍ଧିବ’। ସେହିପରି ଆଉଜଣେ ୟୁଜର ଲେଖିଛନ୍ତି ଆପଣ ଝିଅଙ୍କ ଡ୍ରେସ ପିନ୍ଧିଛନ୍ତି। ଏଭଳି ଅନେକ କମେଣ୍ଟସ ସୋସିଆଲ ମିଡିଆରେ ଆସୁଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରଣବୀର ଏମିତି ଡ୍ରେସ ପିନ୍ଧିବା ପ୍ରଥମ ନୁହେଁ ଆଗରୁ ଅନେକ ଥର ତାଙ୍କୁ ଏମିତି ଅଦ୍ଭୁତ ଡ୍ରେସ ପିନ୍ଧିବାର ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.