ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଉଚ୍ଛେଦ ଆରମ୍ଭ, ଆଜି ମଙ୍ଗୁ ମଠ ପାଳ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ସିଂହଦ୍ୱାର ଆଗରେ ଥିବା ଏମାର ମଠର ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି । ଏହି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବହୁ ଦିନ ହେବ ବ୍ୟବସାୟ କରି ଆସୁଥିଲେ । ତେବେ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ଏସବୁ ଆସୁଥିବାରୁ ତାକୁ ଉଚ୍ଛେଦ କରାଯାଇଛି । ସେହିପରି ମଙ୍ଗୁ ମଠ ପାର୍ଶ୍ୱରେ ନିର୍ମାଣ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଉଛି । ଆଜି ମଙ୍ଗୁ ମଠ ପାଳି। ମଠ ମନ୍ଦିର, ଗାଦିଘର ଓ ମହନ୍ତଙ୍କ ବାସଗୃହ ଛାଡି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉଛେଦ କରାଯାଉଛି।

ଏହି ମଠରେ ଲଜିଂ, ହୋଟେଲ ସହ ୨୦ଟି ଦୋକାନ ଘର ଅଛି। ଦୋଳମଣ୍ଡପ ସାହି ରାସ୍ତା କଡରେ ଥିବା ମଙ୍ଗୁ ମଠର ଦୋକାନ ଗୁଡିକ ଖାଲି କରିଛନ୍ତି ବ୍ୟବସାୟୀ। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମନା ଏମାର ମଠ, ଲଙ୍ଗୁଳି ମଠ ଓ ବଡ ଆଖରା ମଠର ୧୦ଏକର ଜମି ପ୍ରଶାସନ ଦଖଲକୁ ଯାଇଛି। ମଠ ମନ୍ଦିର ଗାଦି ଗୁଡିକର ପ୍ରତ୍ନତାତ୍ତ୍ୱିକ ବିଶ୍ୱେଷ୍ଵତ ରହୁଥିବାରୁ ସେଗୁଡିକର ପୁନଃନିର୍ମାଣ ସହ ସୌନ୍ଦଯ୍ୟର୍କରଣ କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭୫ ଭାଗ ଘର ଓ ଜମିକୁ ପ୍ରଶାସନ କ୍ରୟ କରି ସାରିଥିବାବେଳେ ସେଗୁଡିକର ମଧ୍ୟ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ହୋଇଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଥଇଥାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.