Below header

ଅଭିନେତା ଋଷି କପୁରଙ୍କ ଇଛା ପୁରଣ କଲେ ପାକିସ୍ତାନ ସରକାର, ଜାଣନ୍ତୁ କ’ଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରିଷି କପୁରଙ୍କ ପୈତୃକ ଘର ରହିଛି ପାକିସ୍ତାନ ପେଶାୱରରେ। ନିଜ ଘରକୁ ଥରେ ବୁଲି ଯିବା ତଥା ନିଜ ସନ୍ତାନଙ୍କୁ ସେହି ଘର ଦେଖାଇବା ନେଇ ଅନେକ ଥର ଇଛା ପ୍ରକାଶ ମଧ୍ୟ କରିଛନ୍ତି। କିନ୍ତୁ ଏବେ ଋଷିଙ୍କ ଅନୁରୋଧକୁ ସ୍ବୀକାର କରିଛନ୍ତି ପାକିସ୍ତାନ ସରକାର।

ଆଜ୍ଞା ହଁ, ଅଭିନେତା ଋଷି କପୁରଙ୍କ ଅନୁରୋଧ କ୍ରମେ ପାକିସ୍ତାନ ସରକାର ପେଶାଓ୍ଵର କିସ୍ସାଖାନୀ ବଜାର ସ୍ଥିତ ତାଙ୍କ ପୈତୃକ ଘରକୁ ସଂଗ୍ରହାଳୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ଏହାର ସୂଚନା ଦେଇ କହିଛନ୍ତି, ରିଷି କପୁର ତାଙ୍କ ପୈତୃକ ଘରକୁ ସଂଗ୍ରହାଳୟ କିମ୍ବା କୌଣସି କାର୍ଯ୍ୟାଳୟ କରିବାକୁ ଅନୁରୋଧ କରିଥିଲେ। ଆମେ ତାଙ୍କ ଅନୁରୋଧକୁ ଗ୍ରହଣ କରିଛୁ।

Rishi-Kapoor

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ହିନ୍ଦୀ ଫିଲ୍ମ ଅଭିନେତା ପୃଥୀରାଜ କପୁରଙ୍କ ପିତା ବଶେଶ୍ୱରନାଥ କପୁର ଏହି ମହଲକୁ ନିର୍ମାଣ କରିଥିଲେ। ପୃଥୀରାଜଙ୍କ ପୁଅ ରାଜ କପୁରଙ୍କ ଜନ୍ମ ଏହି ମହଲରେ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ହେବା ପରେ କପୁର ପରିବାର ପେଶାଓ୍ଵର ଛାଡି ଭାରତରେ ନିଜ ବଂଶବିସ୍ତାର କରି ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.