ଆପଣ ଜାଣିଛନ୍ତି କି, କାହିଁକି ରାତିରେ କରାଯାଇ ନଥାଏ ଶବ ବ୍ୟବଚ୍ଛେଦ ?

ମୃତ୍ୟୁ କେତେବେଳେ ଆସିବ ତାହା ସମସ୍ତଙ୍କୁ ଅଜଣା। କେଉଁ ମୂହୂର୍ତ୍ତରେ ମୃତ୍ୟୁ ଆସେ ତାହା କେହି ଜାଣି ନଥାନ୍ତି। କିନ୍ତୁ ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚିତ। ଡ଼ାକ୍ତରି ନିୟମ ଅନୁଯାୟୀ ମନୁଷ୍ୟର ଯଦି କୌଣସି ଅସ୍ୱାଭାବିକ ପରିସ୍ଥିତିରେ ମୃତ୍ୟୁ ହୋଇଥାଏ ତେବେ ତାଙ୍କର ଶବକୁ ବ୍ୟବଚ୍ଛେଦ କରାଯାଇଥାଏ । ଏହା ଦ୍ବାରା ମୃତ୍ୟୁର ସଠିକ୍ ସମୟ ଏବଂ କାରଣ ଜଣାପଡ଼ିଥାଏ। ଆପଣ ଯଦି କାହାଠାରୁ ଜାଣିବାକୁ ଚେଷ୍ଠା କରିବେ ଜାଣିପାରିବେ କୌଣସି ସ୍ଥାନରେ ରାତିରେ ଶବ ବ୍ୟବଚ୍ଛେଦ କରାଯାଏ ନାହିଁ। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବିଷୟରେ କହିବାକୁ ଯାଉଛୁ।

doctor

ଯଦି କୌଣସି ବ୍ୟକ୍ତିର ଦିବାଲୋକରେ ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ହୋଇଥାଏ ତେବେ ତାଙ୍କର ନିକଟସ୍ଥ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥାଏ। କିନ୍ତୁ ସେହି ପରିପେକ୍ଷୀରେ ଯଦି କାହାର ସନ୍ଧ୍ୟାପରେ ମୁତ୍ୟୁ ହୋଇଥାଏ ତାଙ୍କର ସେହିଦିନ ନୁହଁ ବରଂ ତାହାର ପର ଦିନ ଶବ ବ୍ୟବଚ୍ଛେଦ କରାଯାଇଥାଏ। ଆସନ୍ତୁ ଜାଣିବା ଡାକ୍ତରମାନେ କଣ କହୁଛନ୍ତି ଏହା ପଛର କାରଣ।

doctors

କାରଣ ହେଉଛି, ରାତିର ଆଲୋକରେ ମଣିଷ ଶରୀରରେ ଥିବା କିଛି ଚିହ୍ନ ସଠିକ୍ ଭାବେ ଦେଖାଯାଇ ନଥାଏ । ଯେମିତିକି ଆଘାତ ଲାଗିଥିବା ଚିହ୍ନ ନାଲି ବା ନୀଳ ଦେଖାଯାଇଥିବା ଦାଗ ଇତ୍ୟାଦି। ଯାହା ସଠିକ୍ ଭବେ ରିପୋର୍ଟ ପ୍ରସ୍ତୁତ କରିବାରେ ବାଧା ଯାତ କରିଥାଏ। ଏଣୁ ରାତି ସମୟରେ ଡ଼ାକ୍ତରମାନେ ସନ୍ଧ୍ୟା ପରେ ବ୍ୟବଚ୍ଛେଦ କରିବା ପାଇଁ ମନା । ଏହା ଛଡ଼ା ସନ୍ଧ୍ୟା ପରେ ଡ଼ାକ୍ତର ଏବଂ ପୋଲିସଙ୍କର କାର‌୍ୟ୍ୟ ସମୟ ଶେଷ ହୋଇଯାଇଥାଏ । ଏଣୁ ସେମାନେ ମଧ୍ୟ ବ୍ୟବଚ୍ଛେଦ କରିବା ପାଇଁ ଇଛା ପ୍ରକାଶ କରନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.