Below header

ନିଆରା ଅନ୍ଦାଜରେ ପିତାଙ୍କୁ କୋଳାଗ୍ରତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରିତେଶ ଦେଶମୁଖ, ଭିଡିଓ ଦେଖିଲେ ଲୁହ ରୋକିପାରିବେନି

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ବହୁତ ଇମୋସନାଲ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରିତେଶ ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଶ୍ରୀ ବିଳାସରାଓ ଦେଶମୁଖଙ୍କୁ ୭୫ ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୨୬ ମେ ୧୯୪୫ରେ ବିଳାସରାଓ ଦେଶମୁଖ ଜନ୍ମଗ୍ରହଣ କରିଥିଲେ। ସାଧାରଣତଃ ରିତେଶ ଦେଶମୁଖଙ୍କ ଭିଡିଓକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଏହି ଭିଡିଓରେ ରିତେଶ ଯେଉଁ ଅନ୍ଦାଜରେ ବାପାଙ୍କୁ ମନେ ପକାଇଛନ୍ତି ତାହା ବେଶ୍‌ ହୃଦୟସ୍ପର୍ଶୀ।

ଦେଖନ୍ତୁ ଭିଡିଓ:

 

View this post on Instagram

 

Happy Birthday PAPPA….. Miss you everyday!! #vilasraodeshmukh75

A post shared by Riteish Deshmukh (@riteishd) on

ଭିଡିଓରେ ଦେଖିବାକୁ ମିଳିଛି ଯେ ହ୍ୟାଙ୍ଗରରେ ଏକ କୁର୍ତ୍ତା ଟଙ୍ଗା ଯାଇଛି। ରିତେଶ ସେହି କୁର୍ତ୍ତା ନିକଟକୁ ଯାଉଛନ୍ତି ଓ ତାକୁ ଆଉଁଶୁଛନ୍ତି। ସେହି କୁର୍ତ୍ତାଟି ତାଙ୍କ ପିତା ବିଳାସରାଓ ଦେଶମୁଖଙ୍କର। କୁର୍ତ୍ତାକୁ ଦେଖି ସେ ଇମୋସନାଲ ହୋଇ ଗୋଟେ ପଟ ହାତରେ ନିଜ ହାତକୁ ପୂରାଇ ନିଜକୁ କୋଳାଗ୍ରତ କରୁଛନ୍ତି। ଏହି ସମୟରେ ସେ ନିଜକୁ ପିତାଙ୍କ କୋଳରେ ଥିବା ନେଇ ସନ୍ତୁଷ୍ଟ କରୁଥିବା ଦେଖାଯାଇଛି। ଭିଡିଓଟି ଶେଷ ବେଳକୁ ଆହୁରି ଇମୋସନାଲ ହୋଇଛି।

ଭିଡିଓକୁ ଦେଖି ରିତେଶଙ୍କ ଫ୍ୟାନ୍‌ମାନେ ବହୁତ ଅଧିକ ଭାବୁକ ହୋଇଯାଇଥିବା ଦେଖାଯାଇଛି। କେତେକ ଲୋକ ବିଳାସରାଓ ଦେଶମୁଖଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି। ଅନ୍ୟପଟେ ସେଲିବ୍ରିଟିମାନେ ମଧ୍ୟ ରିତେଶଙ୍କ ଭିଡିଓରେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.