ଦୁନିଆର ଏମିତି ଏକ ଅଦ୍ଭୁତ ଦ୍ୱୀପ, ଯାହା ଉପରେ ଛଅ-ଛଅ ମାସ କବ୍ଜା କରନ୍ତି ଦୁଇ ଦେଶ

ଆପଣ ଦୁନିଆର ଅନେକ ପ୍ରକାର ଆଇଲ୍ୟାଣ୍ଡ ବିଷୟରେ ପଢିଥିବେ ଏବଂ ଶୁଣିଥିବେ। ସବୁ ଆଇଲ୍ୟାଣ୍ଡର ନିଜର ଏକ ଖାସ ବିଶେଷତା ରହିଛି, କିନ୍ତୁ କଣ ଆପଣ ଜାଣିଛନ୍ତି ଏକ ଏମିତି ଆଇଲ୍ୟାଣ୍ଡ ରହିଛି ଯାହା ଉପରେ ଗୋଟିଏ ନୁହେଁ ବରଂ ଦୁଇ ଦେଶ କବ୍ଜା କରିଛି। ଆସନ୍ତୁ ଆଜି ଆମେ ଜାଣିବା ଫିଜାଣ୍ଟ ଦ୍ୱୀପ ବିଷୟରେ,ଯାହା ଉପରେ ଫ୍ରାନ୍ସ ଏବଂ ସ୍ପେନ ଉଭୟ ଦେଶ କବ୍ଜା କରି ରହିଛି। ଏହି ଦୁଇ ଦେଶ ଛଅ-ଛଅ ମାସ କରି ଏହି ଦ୍ୱୀପରେ ରାଜ କରନ୍ତି।

islandଏହି ଆଇଲ୍ୟାଣ୍ଡର ନାମ ହେଉଛି ଫିଜାଣ୍ଟ ଦ୍ୱୀପ। ଯାହାକୁ ଫ୍ରେଞ୍ଚ ଏବଂ ସ୍ପେନିସରେ ଫ୍ରେନ୍ସିସ ଦ୍ୱୀପ ବୋଲି କୁହାଯାଏ। ସବୁଠାରୁ ଖାସ କଥା ହେଉଛି ଏହି ଆଇଲ୍ୟାଣ୍ଡକୁ ନେଇ ଦୁଇ ଦେଶ ମଧ୍ୟରେ ଝଗଡା ହୁଏନାହିଁ ବରଂ ଉଭୟ ଦେଶ ନିଜ ମନ ମୁତାବକ ଅଦଳ ବଦଳ କରିଥାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପରମ୍ପରା ଗତ ୩୫୦ ବର୍ଷ ଧରି ଚାଲି ଆସୁଛି।

islandଏହି ଦ୍ୱୀପ ୧ ଫେବ୍ରୁଆରୀରୁ ୩୧ ଜୁଲାଇ ପର୍ଯ୍ୟନ୍ତ ସ୍ପେନ ପାଖରେ ରହିଥାଏ। ସେହିପରି ଛଅ ମାସ ଅର୍ଥାତ ୧ ଅଗଷ୍ଟରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଫ୍ରାନ୍ସ ପାଖରେ ରହିଥାଏ। କିନ୍ତୁ ଗୋଟେ ସମୟ ଥିଲା ଯେତେବେଳେ ଏହି ଦ୍ୱୀପ ପାଇଁ ସ୍ପେନ ଏବଂ ଫ୍ରାନ୍ସ ମଧ୍ୟରେ ବହୁତ ଝଗଡା ଗଣ୍ଡଗୋଳ ହେଉଥିଲା। ଏହାପରେ ଦୁଇ ଦେଶର ମିଳିତ ଅନୁମତିରେ ଛଅ ଛଅ ମାସର ଚୁକ୍ତି ସିଦ୍ଧାନ୍ତ ହେଲା।

Leave A Reply

Your email address will not be published.