ବାଲିଆପାଳ ବିଡ଼ିଓଙ୍କ ନିଲମ୍ବନ ପ୍ରତିବାଦରେ ଧାରଣା

ଜଳେଶ୍ବର: ଗତ ୧୩ ତାରିଖରେ ଗୁଜୁରାଟରୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ବାଲିଆପାଳ ବ୍ଲକ ବିଡ଼ିଓ ଛବି ରାଣୀ ସାହୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଦୁର୍ବ୍ୟବହାର ପାଇଁ ବାଲେଶ୍ବର ଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ମାତ୍ର ଏହାର ୧୩ ଦିନ ବିତିଯାଇଥିଲେ ମଧ୍ୟ ବାଲିଆପାଳ ବିଡିଓଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଆଜି ନାଗରିକ ମଞ୍ଚ ଓ ବାଲିଆପାଳ ସୂଚନା ଅଧିକାରୀ ମଞ୍ଚ ପକ୍ଷରୁ ବ୍ଲକ ସମ୍ଭୁଖରେ ବିକ୍ଷୋଭ ସହ ଧାରଣା ଦିଆ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.