Below header

ଆସନ୍ତା କାଲି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ, କରୋନା ପାଇଁ ନିରାଡ଼ମ୍ବରରେ ହେବ ପାଳିତ

ଆସନ୍ତା କାଲି ରାତିରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିବାହ ନୀତି ସମ୍ପନ୍ନ ହେବ। ଏନେଇ ବିଏମସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସାତ ଜଣ ସେବାୟତ ଯିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ପାଲିଙ୍କି ପାଳିଆ, ଘଣ୍ଟ, ମଶାଲ ଓ ଅନ୍ୟ ପାଳିଆମାନେ ଯୋଗ ଦେବେ। ସମସ୍ତଙ୍କୁ ସ୍କ୍ରୀନିଂ କରାଯିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କରୋନା ପାଇଁ ଅତି ନିରାଡ଼ମ୍ବରରେ ପାଳନ କରାଯିବ ନାହିଁ ଶ୍ରୀ ଲିଙ୍ଗରାଜଙ୍କ ବିବାହ ନୀତି।

ସୂଚନା ମୁତାବକ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରାତି ୧୧ଟା ରେ ମନ୍ଦିର ପରିସରରୁ ବାହାରି କେଦାର ଗୌରୀ ମନ୍ଦିରରେ ୧୧.୩୦ମିନିଟରେ ପହଁଚିବେ। ସେହିଭଳି ୨୮ ତାରିଖ ରାତି ୧୦.୩୦ ମିନିଟରେ କେଦାରଗୌରୀ ମନ୍ଦିରରୁ ବାହାରି ୧୧.୦୦ଟା ରେ ଲିଙ୍ଗରାଜ ମନ୍ଦିର ପରିସରରେ ପହଁଚିବେ। ଏନେଇ ଶୀତଳଷଷ୍ଠୀ କମିଟିର ସଭାପତି ସୁରେଶ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.