୨୫ ତମ ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ମ୍ୟାଙ୍ଗୋ କୁଲଫି ତିଆରି କଲେ ସଚିନ୍‌ ତେନ୍ଦୁଲକର, ସେୟାର କଲେ ଭିଡିଓ

ଭାରତୀୟ କ୍ରିକେଟ ଜଗତର ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ସଚିନ୍‌ ତେନ୍ଦୁଲକର ସୋମବାର ୨୫ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏ ଅବସରରେ କ୍ରିକେଟର ଭଗବାନ ପୂରା ପରିବାର ପାଇଁ ଆମ୍ବ କୁଲଫି ତିଆରି କରିଥିଲେ। ସଚିନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କୁଲଫି ତିଆରି କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

Made this Mango Kulfi as a surprise for everyone at home on our 25th wedding anniversary. 🥭 ☺️

A post shared by Sachin Tendulkar (@sachintendulkar) on


ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ବିବାହ ବାର୍ଷିକୀରେ ଏକ ସରପ୍ରାଇଜ୍‌। ୨୫ ତମ ବିବାହ ବାର୍ଷିକୀରେ ପରିବାରର ସମସ୍ତଙ୍କ ପାଇଁ ଆମ୍ବ କୁଲଫି ତିଆରି କଲି। ସଚିନ୍‌ ଏହି ଭିଡିଓରେ ଆମ୍ବ କୁଲଫିର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ କହିଛନ୍ତି।

Anjali Tendulkar - the woman behind Sachin's success

୧୯୯୦ ମସିହାରେ ସଚିନ୍‌ ଓ ଅଞ୍ଜଳି ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ୫ ବର୍ଷ ପରେ ଅର୍ଥାତ୍‌ ୨୪ ମେ ୧୯୯୫ ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କ ଏକ ଝିଅ ସାରା ଓ ପୁଅ ଅର୍ଜୁନ୍‌ ଅଛନ୍ତି। କ୍ରିକେଟ୍‌ ବ୍ୟତୀତ ସଚିନ୍‌ ପରିବାର ସହ ଅଧିକ ସମୟ ବିତାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.