Below header

ଅମିର ଖାନଙ୍କ କମେଣ୍ଟ ପରେ ରାଗିଗଲେ ରୋହିତ ଶର୍ମା! କହିଲେ ‘ଲଗାନ’ରେ କ୍ରିକେଟ ଖେଳି କେହି କ୍ରିକେଟର ହୋଇ ଯାଆନ୍ତି ନାହିଁ

ଅମିରଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା। ଅମିରଙ୍କ ସପକ୍ଷରେ ବାହାରି ରୋହିତଙ୍କୁ କଡା ଜବାବ ଦେଲେ ଅଭିନେତା ଆର ମାଧବନ। ଘଟଣାଟି ହେଉଛି କି ନିକଟରେ ଏକ ଭିଡିଓ ପୋଷ୍ଟ ହୋଇଥିଲା। ଯେଉଁଥିରେ ଅମିର ଖାନ, ଆର ମାଧବନ ଓ ସରମନ ଜୋସିଙ୍କୁ ଦେଖିବାକୂ ମିଳିଥିଲା।

ଅମିରଙ୍କ ମଜାକ ଉଡ଼ାଇଲେ ରୋହିତ ଶର୍ମା। ଅମିରଙ୍କ ସପକ୍ଷରେ ବାହାରି ରୋହିତଙ୍କୁ କଡା ଜବାବ ଦେଲେ ଅଭିନେତା ଆର ମାଧବନ। ଘଟଣାଟି ହେଉଛି କି ନିକଟରେ ଏକ ଭିଡିଓ ପୋଷ୍ଟ ହୋଇଥିଲା। ଯେଉଁଥିରେ ଅମିର ଖାନ, ଆର ମାଧବନ ଓ ସରମନ ଜୋସିଙ୍କୁ ଦେଖିବାକୂ ମିଳିଥିଲା।

ଏହି ଭିଡିଓରେ ତିନିଜଣ ଅଭିନେତାଙ୍କୁ ‌ଦେଖି ଦର୍ଶକ ଭାବିଥିଲେ କି ଏହା ଥ୍ରି ଇଡିଅଟର ସିକ୍ବଲ। କିନ୍ତୁ ପ୍ରକ୍ରୁତରେ ଏହା କୌଣସି ଫିଲ୍ମ ନୁହେଁ ବରଂ ଏକ କ୍ରିକେଟ୍ ଆପ ପ୍ରମୋଟ କରିବା ସମୟର ଭିଡିଓ। ଯେଉଁଠି ଏହି ତିନି ଅଭିନେତା ଏକାଠି ବସିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ କ୍ରିକେଟ ଆପର ନୂଆ ପ୍ରମୋସନାଲ ଭିଡିଓ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ନଜର ଆସିଥିଲେ ଅମିର ଖାନ, ଆର ମାଧବନ ଓ ସରମନ ଜୋସି। ଭିଡିଓରେ ତିନିଜଣ ଷ୍ଟାର୍ସ କିଛି କ୍ରିକେଟର୍ସ ଅଭିନୟ ଦୁନିଆରେ ପାଦ ରଖିଥିବା ଘଟଣାକୁ ନେଇ ମଜାକ ଉଡାଇଥିଲେ। ଏଥିପାଇଁ ତିନି ଜଣ ଷ୍ଟାର ଘୋଷଣା କରିଥିଲେ କି ସେମାନେ ବି ଏବେ କ୍ରିକେଟ ଦୁନିଆରେ ପାଦ ରଖିବେ। ଅମିର ଖାନ କହୁଥିଲେ, ‘ ମୁଁ ଭାବିଲି ଏମାନେ ଅଭିନୟରେ ବ୍ୟସ୍ତ ଥିବେ, ତେଣୁ ଆମେ କ୍ରିକେଟ ଖେଳି ନେବା। ’

ଅମିରଙ୍କ ଏଭଳି ପ୍ରତିକ୍ରିୟା ଦେଖି ଅନେକ କ୍ରିକେଟର୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋହିତ ଶର୍ମା କହିଛନ୍ତି, ‘ଲଗାନ’ରେ କ୍ରିକେଟ ଖେଳି କେହି କ୍ରିକେଟର ହୋଇ ଯାଆନ୍ତି ନାହିଁ। ଏହାକୁ ନେଇ ଆର ମାଧବନ ଅମିରଙ୍କ ସମର୍ଥନରେ ଲେଖିଛନ୍ତି, ‘ଅମିର ତାଙ୍କ ଜୀବନରେ ଅନେକ ସଫଳ ଚଳଚ୍ଚିତ୍ର ବଲିଉଡକୁ ଭେଟି ଦେଇଛନ୍ତି।’ ଏହାର ଜବାବରେ ରୋହିତ କହିଛନ୍ତି, ‘ଦୁଇବର୍ଷରେ ଗୋଟିଏ ହିଟ ଦେଲେ, କେହି ହିଟ ମ୍ୟାନ ହୋଇଯାଆନ୍ତି ନାହିଁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.