ଗୋଟିଏ ନଯାଉଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୯ ରୁ ପୁଣି ବର୍ଷା

ଆସନ୍ତା ୨୯ ତାରିଖ ରାତିରୁ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା। ଏହି ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ନଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି । ୨୯ରୁ ପୁଣି ଏକ ପଶ୍ଚିମା ଝଡ଼ !। ଆସନ୍ତା ୨୯ ତାରିଖ ରାତିରୁ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା। ଏହି ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ବି ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼। ମାର୍ଚ୍ଚ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୩୧ରେ ବର୍ଷା ସହ ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ପବନ ବହିବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ।