ଅଧିକ ନୋଟ୍ ଛାପି କାହିଁକି ସମସ୍ତଙ୍କୁ କୋଟିପତି ବନାଉନାହିଁ RBI, କାରଣ କରିଦେବ ଆଶ୍ଚର୍ଯ୍ୟ
ଯଦି ଆପଣଙ୍କୁ ଟଙ୍କା ଛାପିବା ମେସିନ୍ ମିଳିଯାଏ ତାହେଲେ ଆପଣ କଣ କରିବେ । ଏହାର ଜବାବ ଦେବା ପାଇଁ ଆପଣ ଜମା ବି ଡେରି କରିବେନି ଆଉ ତୁରନ୍ତ କହିବେ ଟଙ୍କା ଛାପବୁ ଆଉ କଣ କରିବୁ । କିନ୍ତୁ ଆପଣ ଏହାକୁ ଯେତେ ସହଜ ଭାବୁଛନ୍ତି ଏହା ସେତେଟା ସହଜ ନୁହେଁ ।

ଯଦି ଆପଣଙ୍କୁ ଟଙ୍କା ଛାପିବା ମେସିନ୍ ମିଳିଯାଏ ତାହେଲେ ଆପଣ କଣ କରିବେ । ଏହାର ଜବାବ ଦେବା ପାଇଁ ଆପଣ ଜମା ବି ଡେରି କରିବେନି ଆଉ ତୁରନ୍ତ କହିବେ ଟଙ୍କା ଛାପବୁ ଆଉ କଣ କରିବୁ । କିନ୍ତୁ ଆପଣ ଏହାକୁ ଯେତେ ସହଜ ଭାବୁଛନ୍ତି ଏହା ସେତେଟା ସହଜ ନୁହେଁ । ଏମିତି ଏଥିପାଇଁ କାହିଁକିନା ଯାହାଙ୍କ ପାଖରେ ନୋଟ ଛାପିବା ମେସିନ୍ ରହିଛି ସେ ମଧ୍ୟ ନିଜ ଇଚ୍ଛାରେ ଟଙ୍କା ଛାପି ପାରିବେନାହିଁ ।
କାହିଁକି ଆରବିଆଇ ଅସଂଖ୍ୟ ଟଙ୍କା ଛାପେ ନାହିଁ କଣ ରହିଛି ଏହା ପଛର କାରଣ, ଏପରି ହେଲେ କଣ ହେବ ଏସବୁ କିଛି ଆସନ୍ତୁ ଜାଣିବା ।
ଦରଦାମରେ ହେବ ବୃଦ୍ଧି
ଅର୍ଥନୀତିଜ୍ଞ କହିଛନ୍ତି ଯେ କୌଣସି ବି ଦେଶକୁ ନିଜ ଇଚ୍ଛାରେ ନୋଟ୍ ଛାପିବାକୁ ଅନୁମତି ନାହିଁ । ନିଜ ମନ ମୁତାବକ ନୋଟ ଛାପିପାରିବେନାହିଁ କୌଣସି ବି ଦେଶ । ଟଙ୍କା ଛାପିବା ପାଇଁ କିଛି ନିୟମ ରହିଛି । ଯଦି ବହୁତ ସାରା ଟଙ୍କା ଛାପିଦିଆଯାଏ ତାହେଲେ ଅଚାନକ ସମସ୍ତଙ୍କ ପାଖରେ ଅଧିକ ଟଙ୍କା ହୋଇଯିବ । ଏମିତିରେ ଲୋକଙ୍କ ଆବଶ୍ୟକତା ବି ବଢ଼ିଯିବ । କିନ୍ତୁ ସପ୍ଲାଏ ସାମାନ୍ୟ ରହିବ ଅର୍ଥାତ୍ ସାଧାରଣ ରହିବ । ଏପରି ହେବା ଦ୍ୱାରା ବଜାରର ଦରମା ଆକାଶ ଛୁଆଁ ହୋଇଯିବ ।
କରେନ୍ସୀ ଭ୍ୟାଲ୍ୟୁ କମିଯିବ
ଦୁନିଆର ଯେଉଁ ଦେଶର ସରକାର ଏମିତି କରିଛନ୍ତି ତାଙ୍କ ନାଗିରିକମାନେ ଆଜି ପର୍ଯ୍ୟନ୍ତ କାନ୍ଦୁଛନ୍ତି । ଏମିତି ଅନେକ ମାମଲା ସାମ୍ନାକୁ ଆସିଛି । ଥରେ ଜିମ୍ବାେଓ୍ଵ ଗୋଟେ ସମୟରେ ଅନେକ ନୋଟ ଛାପି ଏମିତି ବଡ ଭୁଲ କରିଥିଲା । ଯାହାପରେ ସେଠାକାର କରେନ୍ସୀ ଭ୍ୟାଲ୍ୟୁ ଏତେ ହ୍ରାସ ପାଇଲା ଯେ ଲୋକଙ୍କୁ ବ୍ରେଡ ଏବଂ ଅଣ୍ଡା କିଣିବାକୁ ହେଲେ ବ୍ୟାଗ ଭର୍ତ୍ତି ଟଙ୍କା ଦୋକାନକୁ ନେଇ ଯିବାକୁ ପଡୁଥିଲା । ସେହିପରି ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାର ମଧ୍ୟ ଏହି ସମାନ ଅବସ୍ଥା ହେଲା । ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ବହୁତ ସଂଖ୍ୟାର ନୋଟ ଛାପିଦେଲା । ଯାହାପରେ ମହଙ୍ଗା ଦର ପ୍ରତି ୨୪ ଘଣ୍ଟାରେ ବଢ଼ିବାକୁ ଲାଗିଲା ଏବଂ ଖାଦ୍ୟ ପାନୀୟ ସାମଗ୍ରୀ ପ୍ରତିଦିନ ଡବଲ୍ ହୋଇଯାଉଥିଲା ।

GDP ଉପରେ ପ୍ରଭାବ ପଡିବ
ଅଥିକ କ୍ୟାସ୍ ଫ୍ଲୋର ପ୍ରଭାବ ଦେଶର ଜିଡିପି ଉପରେ ମଧ୍ୟ ପଡିବ କାହିଁକିନା ନୋଟ୍ ଛାପିବା ପାଇଁ ଆରବିଆଇକୁ ବିଦେଶୀ ମୁଦ୍ରା ଏବଂ ସୁନା ରିଜର୍ଭ ରଖିବାକୁ ପଡିଥାଏ । ଅଧିକ ନୋଟ ଛାପିବା କାରଣରୁ ବିଦେଶୀ ମୁଦା କମ୍ ହେବ ଯାହା ଭାରତର ବିକାଶର ବେଜକୁ ଧୀମା କରିଦେବ, ଯାହାଦ୍ୱାରା ଜିଡିପି ଉପରେ ପ୍ରଭାବ ପଡିବ ।
ଅର୍ଥବ୍ୟବସ୍ଥାରେ ଆସିପାରେ ସଂକଟ
ଆରବିଆଇ ମିନିମମ୍ ରିଜର୍ଭ ସିଷ୍ଟମ ଆଧାରରେ ନୋଟ ଛାପିଥାଏ । ଯେଉଁଥିରେ ଆରବିଆଇକୁ ନୋଟ ଛାପିବା ପାଇଁ ନ୍ୟୁନତମ ୨୦୦ କୋଟି ଟଙ୍କା ରିଜର୍ଭ କରିବାକୁ ପଡିଥାଏ । ଏହି ରାଶି ସୁନା ଏବଂ ବିଦେଶୀ ମୁଦ୍ରା ରୂପରେ ରହିଥାଏ । ଅଧିକ ନୋଟ୍ ଛାପିବା ଦ୍ୱାରା ଖର୍ଚ୍ଚ ବି ଅଧିକ ହୋଇଥାଏ, ଯଦି ଏହି ମିନିମମ୍ ରାଶିକୁ ନିୟନ୍ତ୍ରିତ ନ ରହିବ ତାହେଲେ ଅର୍ଥବ୍ୟବସ୍ଥାରେ ସଂକଟ ଆସିପାରେ ।