EPFO ପୂରଣ କରିବ ୨୮୫୯ ପଦବୀ; ଷ୍ଟେନୋ ଓ ଏସ୍‌ଏସ୍‌ଏ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଯୁକ୍ତି ୨୦୨୩ ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଷ୍ଟେନୋ ଓ SSA ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଯୁକ୍ତି ୨୦୨୩ ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଷ୍ଟେନୋ ଓ SSA ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ପ୍ରାର୍ଥୀମାନେ recrutement.nta.nic.in ରେ ସେମାନଙ୍କ ଫର୍ମ ଦାଖଲ କରିପାରିବେ। ଅଧିକ ବିବରଣୀ ପାଇଁ ସେମାନଙ୍କୁ epfindia.gov.in ରେ EPFO ୱେବସାଇଟ୍‌ର ନିଯୁକ୍ତି ପୋର୍ଟାଲ୍ ଭିଜିଟ୍‌ କରିବାକୁ ପଡ଼ିବ।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ EPFO ୨୮୫୯ ପଦବୀ ପୂରଣ କରିବ, ଯେଉଁଥିରୁ ୧୮୫ ହେଉଛି ଷ୍ଟେନୋଗ୍ରାଫର୍ (ଗ୍ରୁପ୍ ସି) ଏବଂ ୨୬୭୪ଟି ହେଉଛି ସାମାଜିକ ସୁରକ୍ଷା ସହାୟକ ପଦବୀ। ଆବେଦନ କରିବାର ଶେଷ ତାରିଖ ରହିଛି ଏପ୍ରିଲ୍ ୨୬। ସୂଚନାଥାଉ କି, EPFO ଏସ୍‌ଏସ୍‌ଏ ନିଯୁକ୍ତି ପାଇଁ ସ୍ନାତକ ଡିଗ୍ରୀ ଏବଂ ଇଂରାଜୀରେ ପ୍ରତି ମିନିଟ ୩୫ ଶବ୍ଦର ଟାଇପିଂ ସ୍ପିଡ୍ ଓ ହିନ୍ଦୀରେ ୩୦ ଶବ୍ଦର ଟାଇପିଂ ସ୍ପିଡ୍‌ ରଖିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା:

ଷ୍ଟେନୋ ପଦ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ହେଉଛି ଦ୍ୱାଦଶ ପାସ୍। ଯୋଗ୍ୟତା ପାଇବା ପାଇଁ ସେମାନଙ୍କୁ ଦକ୍ଷତା ପରୀକ୍ଷା ମାନଦଣ୍ଡ ମଧ୍ୟ ପୂରଣ କରିବାକୁ ପଡ଼ିବ। ଚୟନ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ।

SSA ପାଇଁ ପ୍ରଥମ ପର୍ଯ୍ୟାୟରେ ୬୦୦ ମାର୍କ ବିଶିଷ୍ଟ ପରୀକ୍ଷା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ପରୀକ୍ଷା ହେବ। ଷ୍ଟେନୋ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮୦୦ ମାର୍କର ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟେନୋଗ୍ରାଫି ପରୀକ୍ଷା ହେବ।

ବୟସ:

ଆବେଦନର ଶେଷ ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୨୭ ବର୍ଷ ହେବା ଉଚିତ୍‌। ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ଦିଆଯିବ।

ଆବେଦନ ଶୁଳ୍କ:

ସାଧାରଣ, ଇଡବ୍ଲୁଏସ୍‌ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୦୦ ଟଙ୍କା ରହିଛି। ଅନୁସୂଚିତ ଜାତି/ଜନଜାତି, ପିଡବ୍ଲୁବିଡି, ମହିଳା ଏବଂ ପୂର୍ବତନ ସୈନିକ ପ୍ରାର୍ଥୀମାନଙ୍କୁ ଶୁଳ୍କ ଭରଣାରେ ଛାଡ଼ ଦିଆଯିବ। ଏଠାରେ ଦେଖନ୍ତୁ ଲିଙ୍କ୍‌…

https://recruitment.nta.nic.in/EPFORecruitment/Page/Page?PageId=1&LangId=P

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.