Below header

ଓଲିଉଡ ହିରୋ ଅଜିତାଭ ମଲ୍ଲିକ ଗିରଫ, ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କୁ ଠକିଥିବା ଅଭିଯୋଗ

ଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଓଲିଉଡ ଫିଲ୍ମ ‘ଅରୁନ୍ଧତୀ’ର ହିରୋ ଓ ପ୍ରଡ୍ୟୁସର ହେଉଛନ୍ତି ଅଜିତାଭ ।

କେନ୍ୟୁଜ୍(ବ୍ୟୁରୋ): ହିରୋ ଚାର୍‌ ସୋ ବିଶ୍‌ । ରିଲ୍‌ରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍‌ । ଏଭଳି ଜଣେ ଠକ ହିରୋକୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଓଲିଉଡ ଫିଲ୍ମ ‘ଅରୁନ୍ଧତୀ’ର ହିରୋ ଓ ପ୍ରଡ୍ୟୁସର ହେଉଛନ୍ତି ଅଜିତାଭ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବା ନାଁରେ ଚୁନା ଲଗାଇଛନ୍ତି ।

ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସକୁ ୧କୋଟି ଟଙ୍କାରେ ବିକ୍ରି କରିବାକୁ କହିଥିଲେ । ଏଥିପାଇଁ ପ୍ରଥମେ ନଗଦ ୨୫ ଲକ୍ଷ ଟଙ୍କା ନେଇଥିଲେ । ପରେ ସୁନା, ବ୍ୟାଙ୍କ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ମାଧ୍ୟମରେ ମୋଟ ୮୫ ଲକ୍ଷ ଟଙ୍କା ନେଇଛନ୍ତି । ୨୦୨୦ରୁ ବିଭିନ୍ନ ପର୍ଯ୍ୟାୟରେ ମହିଳାଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ଧରାଛୁଅାଁ ଦେଉନଥିଲେ ଅଜିତାଭ । ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଗିରଫ କରିଛି ପୋଲିସ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.