ରିଲିଜ ହେଲା ସୈଫଙ୍କ ଅଭିନୀତ ‘ତାଣ୍ଡବ’ର ଟିଜର, ଭିଡିଓ ଦେଖି ବଢ଼ିଯିବ ଆପଣଙ୍କ ଉତ୍ସୁକତା

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆ ଷ୍ଟାରର ୱେବ୍ ସିରିଜ ‘ତାଣ୍ଡବ’ର ଦମଦାର ଟିଜର ରିଲିଜ ହୋଇଯାଇଛି । ଏହି ଟିଜର ସହିତ ଏହାର ଦମଦାର ଡାଇଲଗ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିରିଜ ଜାନୁଆରୀରେ ଆମାଜନରେ ରିଲିଜ ହେବ । ଏହାକୁ ଦେଖିବା ପରେ ଲୋକଙ୍କ ମନରେ ଉତ୍ସାହ ବଢ଼ିଯାଇଛି।

‘ତାଣ୍ଡବ’ ୱେବ୍ ସିରିଜର ପ୍ରଥମ ଟିଜର ସାମ୍ନାକୁ ଆସିଛି, ଯେଉଁଥିରେ କେବଳ ଗୋଟିଏ ଡାଇଲଗ୍ ଦମଦାର୍ ହୋଇଛି । ଭିଡିଓରେ ରାଜନୈତିକ ମାହୋଲ ଦେଖିବାକୁ ମିଳୁଛି । ଭିଡିଓରେ ଜଣେ ନେତା ଠିଆ ହୋଇଥିବା ନଜର ଆସୁଛନ୍ତି । ସୈଫ ଅଲ୍ଲୀ ଖାନ୍ ରାଜନେତା ଭୂମିକାରେ ନଜର ଆସୁଛନ୍ତି । ଭିଡିଓରେ କୁହାଯାଉଛି କି ‘ଏହି ଦେଶରେ ଯିଏ ପ୍ରଧାନମନ୍ତ୍ରୀ ସେ ହିଁ ଦେଶର ରାଜା ।’

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆମାଜନ ପ୍ରାଇମ୍ ଭିଡିଓ ସିରିଜ ‘ତାଣ୍ଡବ’ ୧୫ ଜାନୁଆରୀ ୨୦୨୧ରୁ ରିଲିଜ ହେବ । ଅଲ୍ଲୀ ଅବାସ ଜାଫରଙ୍କ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶିତ ଏହି ସିରିଜରେ ସୈଫ ଅଲ୍ଲୀ ଖାନ୍, ଡିମ୍ପଲ କପାଡିଆ, ତିଗମାଶୁଂ ଧୁଲିଆ ଓ କୁମୁଦ ମିଶ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ‘ଭାରତ, ଟାଇଗର ଜିନ୍ଦା ହୈ ଏବଂ ସୁଲତାନ’ ଭଳି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ଅଲ୍ଲୀ ଆବାସ ଜାଫରଙ୍କ ଏହା ପ୍ରମଥ ଡିଜିଟାଲ ସିରିଜ।

video courtesy : Amazon Prime Video India

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.