ବଲାଙ୍ଗିର: ବିଳମ୍ବିତ ରାତିରେ ଫଳ ବଜାରରେ ଲାଗିଲା ନିଆଁ, ପୋଡିଗଲା ଏକାଧିକ ଦୋକାନ ବଜାର

ବଲାଙ୍ଗିର(କେନ୍ୟୁଜ୍‌): ଜଲିଗଲା ଫଳ ବଜାର। ବିଳମ୍ବିତ ରାତିରେ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଫଳ ବଜାରରେ ନିଆଁ ଲାଗିଯାଇଥିଲା। ଫଳରେ ଅନେକ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଅଗ୍ନିକାଣ୍ଡରେ ଜଣେ ଦୋକାନୀ ନିଆଁରେ ପୋଡି ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡ ଲାଗିବାର କାରଣ ଜଣାପଡିନଥିବାବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଏନେଇ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.