କାହିଁକି ସଲମାନ କରୁ ନାହାନ୍ତି ବିବାହ , ଫିଲ୍ମ ଭାରତର ଚରିତ୍ର ରହିଛି କି କାରଣ

ମୁମ୍ବାଇ : ଦେଶର ଏଲିଜିବେଲ ବ୍ୟାଚରେ ଭାବେ ବେଶ ଚର୍ଚ୍ଚିତ ବଲିଉଡ଼ର ଭାଇଜାନ ସଲମାନ ଖାନ୍। ଆଗକୁ ତାଙ୍କର ଫିଲ୍ମ ଭାରତ ଆସିବାକୁ ଥିବା ବେଳେ ଏବେ ତାହାର ସୁଟିଂ ଚାଲିଛି। ନିକଟରେ ତାଙ୍କୁ କପିଲ ଶର୍ମାଙ୍କ କମେଡ଼ି ସୋରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ତାଙ୍କ ଫିଲ୍ମ ଭାରତ ସମ୍ବନ୍ଧୀୟ କିଛି ଅଜଣା କଥା କହିଥିଲେ ଯାହା ଶୁଣି ଆପଣ ହେବେ ଆଶ୍ଚର‌୍ୟ୍ୟ।

କପିଲ ସୋରେ ସଲମାନଙ୍କୁ ଫିଲ୍ମରେ ତାଙ୍କର ଚରିତ୍ର ବିଷୟରେ ପଚାରିଥିଲେ। ଯାହାର ଉତ୍ତର ଦେବାକୁ ଯାଇ ସଲମାନ କହିଥିଲେ, ଫିଲ୍ମରେ ତାଙ୍କ ଚରିତ୍ରର ବିବାହ ୭୨ବର୍ଷ ପର‌୍ୟ୍ୟନ୍ତ ମଧ୍ୟ ହେଉନାହିଁ। ଏଣୁ ସେ ବାସ୍ତବ ଜୀବନରେ ମଧ୍ୟ ସେହି ଚରିତ୍ରକୁ ଫଲୋ କରୁଛନ୍ତି। ଏହା ପ୍ରଥମ ଥର ନୁହଁ ଯେବେ ସଲମାନ ତାଙ୍କ ବିବାହ କଥାକୁ ମାଜାରେ ଉଡ଼ାଇଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଯେତେଥର ତାଙ୍କ ବିବାହ ବିଷୟରେ ଯେକୌଣସି ସ୍ଥାନରେ ପଚରାଯାଇଛି ତାହାର ସେ ବହୁତ କୌତୁହ ଭାବେ ଉତ୍ତର ଦେଇଛନ୍ତି। ବାସ୍ତବ ଜୀବନରେ ସଲମାନ କେବେ ବିବାହ କରିବେ ତାହା ଜଣାପଡ଼ିନଥିଲେ ମଧ୍ୟ ରିଲ୍ ଲାଇଫରେ ଫିଲ୍ମର କାହାଣୀ କଣ ରହିଛି ତାହାର ଖୁଲାସା କରିଛନ୍ତି ସେ।

bharat

ଭାରତ ଫିଲ୍ମ ଚଳିତ ବର୍ଷ ଇଦ ସମୟରେ ରିଲିଜ୍ ହେବାକୁ ସୂଚନା ମିଳିଥିବା ବେଳେ ଏଥିରେ ସଲମାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି କ୍ରେଟ୍ରିନା କୈଫ୍। ତେବେ ବର୍ତ୍ତମାନ ଏହା ସୁଟିଂ ଚାଲିଥିବା ବେଳେ ରିଲିଜ୍ ପୂର୍ବରୁ ଏହା ଖୁବ୍ ରହିଛି ଚର୍ଚ୍ଚାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.