Below header

ଚାଲିଲା ସଲମାନଙ୍କ ଯାଦୁ, ଗୀତ ‘ ସିଟି ମାର୍’ ରିଲିଜ ହେବାର ୨୪ ଘଣ୍ଟାରେ ଭାଙ୍ଗିଲା ସବୁ ରେକର୍ଡ

‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ପ୍ରଥମ ଡ୍ଯାନ୍ସ ଗୀତ ‘ସିଟି ମାର’ ୨୬ ଏପ୍ରିଲରେ ରିଲିଜ ହୋଇଥିଲା। ଗୀତଟି ରିଲିଜ ହେବାର ୨୪ ଘଣ୍ଟା ଭିତରେ ୩ କୋଟିରୁ ଉର୍ଦ୍ଧ୍ବ ଭ୍ଯୁ ମିଳିସାରିଛି। ଏହି ଗୀତରେ ସଲମାନ ଏବଂ ଦିଶାଙ୍କ ଧମାକେଦାର ଡ୍ଯାନ୍ସ ଦେଖିବାକୁ ମିଳିଛି।

ଏହି ଗୀତରେ ସଲମାନ ଏବଂ ଦିଶାଙ୍କ ସେନ୍ସସନାଲ କେମେଷ୍ଟ୍ରୀ ଏବଂ ମସ୍ତି, ଡ୍ଯାନ୍ସ ମୁଭ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଗୀତର ହୁକ ଷ୍ଟେପକୁ ବହୁତ ପସନଦ କରିଛନ୍ତି ଭାଇଜାନଙ୍କ ଫ୍ଯାନ୍।

 

View this post on Instagram

 

A post shared by Salman Khan Films (@skfilmsofficial)

ଏହି ଗୀତ ରିଲିଜ ହେବାର କିଛି ସମୟ ମଧ୍ୟରେ ଟ୍ବିଟରରେ ନଂ ୧ରେ ଟ୍ରେଣ୍ଡ ହେବାକୁ ଲାଗିଥିଲା। ୟୁଟ୍ଯୁବରେ ସବୁଠାରୁ ଜଲଦି ୨ ଲକ୍ଷ ଲାଇକ ପାଇବାରେ ଏହି ଗୀତ ରେକର୍ଡ ମଧ୍ୟ କରିଛନ୍ତି। ଏହି ଗୀତକୁ କମାଲ ଖାନ ଏବଂ ୟୁଲିଆ ବନ୍ତୁର ଗାଇଥିବା ବେଳେ ଏହାର ମ୍ଯୁଜିକ କମ୍ପୋଜ କରିଛନ୍ତି ସଂଗୀତକାର ଦେବୀ ଶ୍ରୀ ପ୍ରସାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.