ସକାଳୁ ସକାଳୁ ଭୂକମ୍ପ ଝଟକାରେ ଥରିଲା ଆସାମ, ତୀବ୍ରତା ୬.୪ ରିକ୍ଟର ସ୍କେଲ

ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଆସାମ। ଭୂକମ୍ପର ପ୍ରଭାବ ଉତ୍ତର ବେଙ୍ଗଲ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ଥିବାରୁ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତଙ୍କ ସୂଚନା ମିଳିନଥିଲେ ହେଁ ବିଭିନ୍ନ ସ୍ଥାନରେ ଲୋକମାନେ ଝଟକା ପରେ ଘରୁ ପଦାକୁ ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ନ୍ଯାଶନାଲ ସେଣ୍ଟର ଅଫ ସେଇସମୋଲଜି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସାମର ତେଜପୁର ଠାରେ ୬.୪ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି। ଭୂକମ୍ପର ପ୍ରଥମ ଝଟକା ସମଗ୍ର ଆସାମବାସୀ ସକାଳ ୭.୫୧ରେ ଅନୁଭବ କରିଥିଲେ। ଭୂକମ୍ପର କେନ୍ଦ୍ର ସ୍ଥଳ ତେଜପୁର ଠାରୁ ୪୩ କିମି ଦୂର ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.