ଦେଶରେ ଗତ ୨୪ ଘଣ୍ଟାରେ ୩, ୬୨, ୭୭୦ ନୂଆ ଆକ୍ରାନ୍ତ, ୩ ହଜାର ପାର କଲା ଦୈନିକ ମୃତ୍ୟୁସଂଖ୍ୟା

ଦେଶରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। କୋଭିଡ୍‌ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟାରେ ୩ ହଜାର ୨୮୬ ଜଣଙ୍କ ମୃତ୍ୟୁ ହୋଇଛି। କୋଭିଡ୍‌ ସଂକ୍ରମଣ ଆରମ୍ଭ ପରଠାରୁ ପ୍ରଥମ ଥର ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ପାର କରିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮୯୫, ଦିଲ୍ଲୀରେ ୩୮୧ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ମୃତ୍ୟୁ ସଂଖ୍ୟା ୨ଶହ ଉପରେ ରହିଛି। କର୍ଣ୍ଣାଟକ, ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ପଞ୍ଜାବରେ ଶହେରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱରେ ଆମେରିକାରେ ସର୍ବାଧିକ ୫ ଲକ୍ଷ ୭୨ ହଜାର ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲରେ ୩ ଲକ୍ଷ ୯୨ ହଜାର, ମେକ୍ସିକୋରେ ୨ ଲକ୍ଷ ୧୫ ହଜାର ଓ ଭାରତରେ ମୃତ୍ୟୁ ସଂଖ୍ୟା ରହିଛି ୨ ଲକ୍ଷ ୧ ହଜାର ୧୦୬।

ଏହାସହ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୨ ହଜାର ୭୭୦ ଜଣ ସଂକ୍ରମିତ ହୋଇଛନ୍ତି। ଲଗାତର ୭ ଦିନ ହେଲାଣି ଦେଶରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଉପରେ ରହିଛି। ମହାରାଷ୍ଟ୍ରରେ ୬୬, ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତରପ୍ରଦେଶ, କେରଳ ଏବଂ କର୍ଣ୍ଣାଟକରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ଟି ରାଜ୍ୟରେ ରେକର୍ଡ ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.