Below header

ଦିଲ୍ଲୀରେ ହେବ ୪୪ଟି ଅକ୍ସିଜେନ୍‌ ପ୍ଲାଣ୍ଟ, ମାସେ ଭିତରେ ପ୍ଲାଣ୍ଟ ନିର୍ମାଣ ଲକ୍ଷ୍ୟ

ଦିଲ୍ଲୀରେ ବସିବ ୪୪ଟି ଅକ୍ସିଜେନ୍‌ ପ୍ଲାଣ୍ଟ। ଆସନ୍ତା ୧ ମାସ ଭିତରେ ଏସବୁ ପ୍ଲାଣ୍ଟ ନିର୍ମାଣ ହେବ। ଏଥିରୁ କେନ୍ଦ୍ର ଦ୍ୱାରା ୮ଟି ପ୍ଲାଣ୍ଟ ନିର୍ମିତ ହେବ। ବାକି ୩୬ଟି ପ୍ଲାଣ୍ଟ ଦିଲ୍ଲୀ ସରକାର ବସାଇବେ। ସେଥି ମଧ୍ୟରୁ ୨୧ଟି ପ୍ଲାଣ୍ଟ ଫ୍ରାନ୍‌ସରୁ ଆସିବ। ସେଗୁଡ଼ିକ ତତ୍‌କ୍ଷଣାତ ବ୍ୟବହାର ହୋଇପାରିବ। ଏହି ପ୍ଲାଣ୍ଟଗୁଡ଼ିକ ବିଭିନ୍ନ ହସ୍ପିଟାଲରେ ବସିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ସୂଚନା ଦେଇଛନ୍ତି।

ସେହିପରି ଦିଲ୍ଲୀ ସରକାର ବ୍ୟାଙ୍କକକ୍‌ରୁ ୧୮ଟି ଟ୍ୟାଙ୍କର ଆଣିବେ। ଏଗୁଡ଼ିକ କାଲିଠାରୁ ପହଞ୍ଚିବା ଆରମ୍ଭ କରିବେ। ଏଗୁଡ଼ିକୁ ଏୟାରଫୋର୍ସ ବିମାନ ଆଣିବାକୁ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ସହ ଦେଶରେ ଅକ୍ସିଜେନ୍‌ ଅଭାବକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି। ଦିଲ୍ଲୀକୁ ଶ୍ୱାସରୁଦ୍ଧ କରିଥିଲା ଅକ୍ସିଜେନ୍‌ ଅଭାବ। ଅନେକ କୋଭିଡ୍‌ ରୋଗୀ ଅକ୍ସିଜେନ୍‌ ପାଇଁ ଆଖିବୁଜିଛନ୍ତି । ଦିଲ୍ଲୀକୁ ବିଭିନ୍ନ ରାଜ୍ୟରୁ ଅକ୍ସିଜେନ୍‌ ଆସୁଛି । ଆଜି ଛତିଶଗଡ଼ରୁ ଯାଇଥିବା ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଦିଲ୍ଲୀରେ ପହଞ୍ଚିବା ପରେ ବିଭିନ୍ନ ମେଡିକାଲକୁ ବଣ୍ଟାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.