ଆଜି IPLରେ ଜୋରଦାର ମୁକାବିଲା, ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

ଆଜି IPLରେ ଦେଖିବାକୁ ମିଳିଛି ଜୋରଦାର ମୁକାବିଲା । ତିନ ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଟକ୍କର ଦେବ ସନରାଇଜର୍ସ ହାଇଦ୍ରାବଦ । ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଚଳିବର୍ଷ ଚେନ୍ନାଇ ୫ମ୍ୟାଚ୍ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି।

ସେହିପରି ୫ ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ରହିଛି ଶେଷ ସ୍ଥାନରେ । ଦୁଇଟି ଯାକ ଦଳ ୨୦୧୮ ମସିହା ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଗତବର୍ଷ ୟୁଏଇରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ ଚେନ୍ନାଇ ଓ ହାଇଦ୍ରାବାଦ ।

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକୱାଡ୍, ଫାଫ୍ ଡୁ’ପ୍ଲେସି/ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବିନ୍ଦ୍ର ଜାଡ଼େଜା, ସାମ୍ କୁରାନ, ଡ୍ୱେନ ବ୍ରାଭୋ, କ୍ରିଷ୍ଣପା ଗୋଥମ, ସର୍ଦୁଲ ଠାକୁର, ଦୀପକ ଚହର ।

ସନରାଇଜର୍ସ: ରିଦ୍ଧିମାନ ଶାହା, ଡେଭିଡ ୱାର୍ଣ୍ଣର (ଅଧିନାୟକ), ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ଅବଦୁଲ ସମଦ, ପ୍ରିୟମ ଗର୍ଗ/ଅଭିଷେକ ଶର୍ମା, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସାହାବାଜ ନଦୀମ, ଟି ନଟରାଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.