Below header

ଭାଜପାରେ ସାମିଲ ହେଲେ ସପନା ଚୌଧୁରୀ,ଶିବରାଜ ଚୌହାନ ଏବଂ ମନୋଜ ତିୱାରୀଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା

ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଲୋକପ୍ରିୟ ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ ଭାଜପାରେ ଯୋଗ ଦେଇଛନ୍ତି। ଜବହାର ଲାଲ ନେହୁର ଷ୍ଟାଡିୟମରେ ଭାଜପାର ସଦସ୍ୟତା ଗ୍ରହଣ କାର‌୍ୟ୍ୟକ୍ରମରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ, ଭାଜପା ମହାସଚିବ ରାମଲାଲ ଏବଂ ଦିଲ୍ଲୀର ପ୍ରଦେଶାଧ୍ୟକ୍ଷ ମନୋଜ ତିୱାରୀ ଉପସ୍ଥିତ ଥିଲେ।

sapna choudhuryତେବେ ଭାଜପା ସାରା ଦେଶରେ ସଦସ୍ୟତା ପାଇଁ ଅଭିଯାନ ଆରମ୍ଭ କରିଛି। ଏଥିରେ ପ୍ରାର୍ଥୀତ୍ବ ହାସଲ କରିଥିବା ସପନା ଦିଲ୍ଲୀର ପ୍ରଥମ ଅଟନ୍ତି। ଏହାପରେ ପୂର୍ବଦିଲ୍ଲୀରେ ବିଶାଳ ରୋଡସୋର ବ୍ୟବସ୍ଥା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.