Below header

ଏବେ ଭାରତରେ ଗୁଗୁଲକୁ ବ୍ୟବହାର କରିବାରେ ଆସିପାରେ ବାଧା, ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା

ନୂଆଦିଲ୍ଲୀ : ଭାରତରେ ଆଗାମୀ ସମୟରେ ଗୁଗୁଲକୁ ନେଇ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଇଣ୍ଡିଆର ଏଟିଟ୍ରଷ୍ଟ ଓ୍ବାଚଡାଗ ଗୁଗୁଲକୁ ନେଇ ଯାଞ୍ଚ କରିବାକୁ ଆଦେଶ ଦେଇଛି। ଗୁଗୁଲ ଉପରେ ଆରୋପ ଲଗାଯାଇଛି କି କମ୍ପାନୀ ପ୍ରତିଦ୍ବନ୍ଦିତାକୁ ବ୍ଳକ କରିବା ପାଇଁ ତାହାର ଲୋକପ୍ରିୟ ଆଣ୍ଡ୍ରଏଡ ମୋବାଇଲ ଅପରେଟିଂ ସିଷ୍ଟମ ଗୁଡିକର ଦୁରୁପୋଯୋଗ କରୁଛି।

ଏହି ମାମଲାରେ ଗତ ବର୍ଷ ଅଭିଯୋଗ କରାଯାଇଥିବା ବେଳେ ଏପ୍ରିଲରେ ସିସିଆଇ ଗୁଗୁଲ ବିରୋଧରେ ପୂର୍ଣ୍ଣ ଯାଞ୍ଚ କରିବା ପାଇଁ ପର୍ଯ୍ୟପ୍ତ ପରିମାଣର ପ୍ରମାଣ ଏକତ୍ରିତ କରୁଥିଲା। ଆଉ ଏବେ ଘଟଣା ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି।

google

ସୂଚନା ଅନୁଯାୟୀ, ସିସିଆଇ ଦ୍ବାରା କରାଯାଉଥିବା ଏହି ଯାଞ୍ଚ ପ୍ରକ୍ରିୟା କିଛିକିଛି ଗତ ବର୍ଷ କରାଯାଇଥିବା ୟୁରୋପିୟନ ସଂଘର ଯାଞ୍ଚ ଭଳି ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତବର୍ଷ ହୋଇଥିବା ଯାଞ୍ଚରେ ଗୁଗୁଲକୁ ୪.୩୪ ବିଲିୟନ ୟୁରୋ ଜରିମାନା ଦେବାକୁ ପଡିଥିଲା।

ମିଡିଆ ରିପୋର୍ଟ ମୁତାବକ, ଏହି ଅଭିଯୋଗର ଯାଞ୍ଚ ହେବା ପାଇଁ ପାଖପାଖି ଏକବର୍ଷ ସମୟ ଲାଗିବ। ତେବେ ପ୍ରଥମ ପର୍ଯ୍ୟୟରେ ଗୁଗୁଲର କର୍ମଚାରୀଙ୍କୁ ସିସିଆଇ ସାମ୍ନାରେ ହାଜର ହେବାକୁ ପଡିବ।

ଆହୁରୀ ପଢ଼ନ୍ତୁ: ୫ ଶକ୍ତିଶାଳୀ ସ୍ମାର୍ଟଫୋନ୍, ଯାହା କେବେ ହୁଏ ନାହିଁ ହ୍ୟାଙ୍ଗ୍

ଗୁଗୁଲର ଜଣେ କର୍ମଚାରୀଙ୍କ କହିବାମୁତାବକ, ଆଣ୍ଡ୍ରଏଡ କୋଟିକୋଟି ଗ୍ରାହକଙ୍କ ଇଣ୍ଟରନେଟ ସହ ଜଡିତ ରହିଛି। ତେବେ ମୋବାଇଲ ଡିଭାଇସକୁ ବଜାରରେ ଶସ୍ତା ମୂଲ୍ୟରେ ବିକ୍ରି କରିବା ପଛରେ ଏହାର ହାତ ରହିଛି। ଏନେଇ ଗୁଗୁଲ ସିସିଆଇ ସହ କାମ କରିପାଇଁ ତତ୍ପର ରହିଛି । କିନ୍ତୁ ଏହି ସିସିଆଇ ତରଫରୁ ଏହି ଅନୁରୋଧର ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ଉତ୍ତର ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.