ଦରିଆପାରି ଦୁବାଇରେ ରଥଯାତ୍ରା, ଦୀର୍ଘ ୮ ବର୍ଷ ଧରି ଓଡ଼ିଆ ସମାଜ ୟୁଏଇ ପକ୍ଷରୁ ହେଉଛି ପାଳନ

ଦରିଆପାରି ଦୁବାଇରେ ରଥଯାତ୍ରା। ଓଡ଼ିଆ ସମାଜ ୟୁଏଇ ଆନୁକୂଲ୍ୟରେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଦୁବାଇର ସିନ୍ଧି ମେମୋରିଆଲ ପରିସରରେ ରଥଯାତ୍ରାର ଆୟୋଜନ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ମହାପ୍ରଭୂଙ୍କ ଗୋଟି ପହଣ୍ଡି, ଛେରାପହଁରା ଏବଂ ରଥଟଣା ହୋଇଥିଲା। ଘଣ୍ଟ, ଘଣ୍ଟା ଓ ସଂକୀର୍ତ୍ତନରେ ଉଛୁଳି ପଡିଥିଲା ପରିବେଶ। ଦୁବାଇ, ଶାରଜା, ଆବୁଧାବି ଓ ଆଜମାନରୁ ବହୁ ସଂଖ୍ୟାରେ ଓଡ଼ିଆ ସଂପ୍ରଦାୟର ଲୋକ ରଥଯାତ୍ରାରେ ଯୋଗ ଦେଇଥିଲେ। ଦୀର୍ଘ ୮ ବର୍ଷ ଧରି ଓଡ଼ିଆ ସମାଜ ୟୁଏଇ ପକ୍ଷରୁ ରଥଯାତ୍ରା ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.